ଡାକ୍ତର ସଂଘ ପକ୍ଷରୁ ୮ଦଫା ଦାବି ନେଇ କଳାବ୍ୟାଚ୍ ପରିଧାନ, ଦାବି ପୂରଣ ନହେଲେ ସମୂହ ଇସ୍ତଫା ଚେତାବନୀ

Published By : Prameya-News7 Bureau | August 10, 2020 IST

ଆଠଗଡ ୧୦।୮: ୮ଦଫା ଦାବି ନେଇ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଘ ପକ୍ଷରୁ ସାରା ରାଜ୍ୟରେ ଅଗଷ୍ଟ ୫ ତାରିଖରୁ କଳାବ୍ୟାଚ ପରିଧାନ କରି ଡାକ୍ତର ସେବା ଯୋଗାଇ ଦେଇଆସୁଛନ୍ତି । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ବିଭିନ୍ନ ଦାବି ବିଷୟରେ ଅବଗତ କରାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସୁଫଳ ମିଳିପାରିନାହିଁ ।

କରୋନା ସମୟରେ ସରକାରୀ ଡାକ୍ତରମାନଙ୍କ ପରି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଆସୁଛନ୍ତି । ତେବେ ଅଗଷ୍ଟ ମାସ ୧୫ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.