କାର୍ଯ୍ୟରେ ଅବହେଳା ପାଇଁ ଡାକ୍ତର ହେଲେ ନିଲମ୍ବିତ : ଅନ୍ୟ ଡାକ୍ତର ଏବଂ କର୍ମଚାରୀ କହିଲେ ‘ଆମକୁ ବି କର ନିଲମ୍ବନ’

Published By : Prameya-News7 Bureau | October 26, 2019 IST

ବରଗଡ ୨୬।୧୦: କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଡାକ୍ତର । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଭିମ ସାହୁଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏବେ ଡାକ୍ତରଖାନାର ଅନ୍ୟ ଡାକ୍ତର ଏବଂ କର୍ମଚାରୀ ବିଭାଗୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଆଉ ଆମକୁ ବି ଚାକିରିରୁ ନିଲମ୍ବନ କରାଯାଉ ବୋଲି ଅଡି ବସିଛନ୍ତି । ଡାକ୍ତର ଏବଂ କର୍ମଚାରୀମାନଙ୍କର ଏଭଳି ଅଜବ ଯୁକ୍ତିକୁ ସହଜରେ ହଜମ କରିପାରୁ ନହାନ୍ତି ସ୍ଥାନୀୟ ଲୋକେ ।

{"id":174954}

ଆଲୋଚନା ହେଉଛି ଭୁଲ କଲେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ । ହେଲେ ଏମାନେ ଏବେ ଏଭଳି ଆନ୍ଦୋଳନକୁ ଓହ୍ଲାଇ ପ୍ରଶାସନକୁ ଏକପ୍ରକାର ବ୍ଲାକମେଲିଂ କରିବାକୁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟ ଆଲୋଚନା ହେଉଛି, ରୋଗୀମାନଙ୍କୁ ସେବା ଦେବା ପରିବର୍ତ୍ତେ ଆନ୍ଦୋଳନକୁ ଓହ୍ଲାଇ ଖୋଲା ଚ୍ୟାଲେଞ୍ଜ ଦେବାକୁ ଏମାନଙ୍କୁ ଅଧିକାର ଦେଲା କିଏ ।

{"id":174955}

ଘଟଣା ଥିଲା ଏମିତି ଗତ ୨୩ ତାରିଖରେ ପରିବାର ନିୟୋଜନ ପାଇଁ ୭୦ ରୁ ୮୦ ମହିଳାଙ୍କୁ ଆନେସ୍ଥେସିଆ ଦିଆଯାଇଥିଲା । ମାତ୍ର ୩୦ ଜଣଙ୍କର ଅପରେସନ କରାଯାଇଇଥିଲା । ବାକି ୫୦ ଜଣଙ୍କ ଅପରେସନ କରାନଯାଇ ଘରକୁ ଫେରାଇ ଦେଇଥିଲେ । ଏଭଳି ଅବହେଳା ପାଇଁ ଡାକ୍ତର ଭିମ ସାହୁଙ୍କୁ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.