ନର୍ସଙ୍କ ପ୍ରେମରେ ଖସିଗଲା ଡାକ୍ତରଙ୍କ ଗୋଡ, କାର୍ ଦେଲେ ତଥାପି ବ୍ଲାକମେଲିଂ : ଶେଷରେ ସ୍ବାମୀଙ୍କ ସୁରକ୍ଷା ପାଇଁ ଥାନାକୁ ଆସିଲେ ପତ୍ନୀ

Published By : Prameya-News7 Bureau | April 16, 2021 IST

ଜଗତସିଂହପୁର ୧୬।୪: ନର୍ସଙ୍କୁ ପ୍ରେମ ଡାକ୍ତରଙ୍କୁ ପଡିଲା ମହଙ୍ଗା । ପ୍ରେମିକା ନର୍ସଙ୍କୁ କାର୍ ଟିଏ କିଣିଦେଲେ ସିନା ହେଲେ କିସ୍ତି ସୁଝି ସୁଝି ପର୍ସ ଖାଲି ହେଲା । ସେପଟେ ବ୍ଲାକମେଲିଂ ନିଦ ହଜାଇଦେଲା । କେବଳ ଡାକ୍ତର ନୁହେଁ ସ୍ତ୍ରୀ ଓ ପରିବାର ବି ହୋଇଗଲେ ଟେନସନ୍ । ମାନ୍ ଇଜ୍ଜତ ଭୟରେ କିଛି ଦିନ ଚୁପ୍ ରହିଲେ କିନ୍ତୁ ଅସହ୍ୟ ହେବାରୁ ଶେଷରେ ଡାକ୍ତରଙ୍କ ପତ୍ନୀ ଥାନାକୁ ଆସି ପୋଲିସରେ ସ୍ବାମୀଙ୍କ ସୁରକ୍ଷା ପାଇଁ ଗୁହାରି କଲେ ।

ସୂଚନାଯୋଗ୍ୟ ଯେ, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ରିଂରୋଡ୍‌ରେ ସପରିବାର ରହୁଛନ୍ତି ସଂପୃକ୍ତ ଡାକ୍ତର । ୨୦୧୩ ମସିହାରେ ଢେଙ୍କାନାଳରେ ଡାକ୍ତରଙ୍କ ବିବାହ ହୋଇଥିଲା । ବିବାହ ଭୋଜି କଟକର ଏକ ହୋଟେଲରେ କରାଯାଇଥିଲା । ବିବାହ ଭୋଜିରେ ସଂପୃକ୍ତ ନର୍ସ ମଧ୍ୟ ମଧ୍ୟ ଆସିଥିଲେ । କଟକର ଏକ ନର୍ସିଂହୋମରେ ଡାକ୍ତର ବାବୁଙ୍କ ସହ ନର୍ସ ମଧ୍ୟ ଚାକିରି କରୁଥିଲେ । ବିବାହର ଦୁଇ ବର୍ଷ ପରେ ଡାକ୍ତରଙ୍କୁ ପ୍ରେମ ଜାଲରେ ଫସାଇଥିଲେ ନର୍ସ । ସଂପୃକ୍ତ ନର୍ସ ତାଙ୍କ ସ୍ବାମୀଙ୍କ ସହ ଶାରୀରିକ ସଂପର୍କ ରଖି  ତାର କିଛି ଫଟୋ ଓ ଭିଡିଓ ରଖି ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ । ପ୍ରଥମେ ପ୍ରଥମେ କିଛି ବନ୍ଧୁ ବାନ୍ଧବଙ୍କ ମୋବାଇଲ ଫୋନ୍‌କୁ ଏସବୁ ଫଟୋ ଭିଡିଓ ଛାଡ଼ି ବଦ୍‌ନାମ କରିଥିଲେ । ପରେ ପରେ ବ୍ଲାକ୍‌ମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ଏବଂ ବିବାହ ସମୟର ସୁନା ଗହଣାକୁ ଲୁଟିବାକୁ ଲାଗିଥିଲେ । ଏସବୁ କାମରେ ନର୍ସଙ୍କ ଭାଇ ସହଯୋଗ କରି ଆସୁଥିଲେ । ଦିନକୁ ଦିନ ବ୍ଲାକ୍‌ମେଲିଂ ବଢ଼ିବାକୁ ଲାଗିଲା । ନର୍ସଙ୍କ ପାଇଁ ଏକ କାର ମଧ୍ୟ କିଣି ଦେଇଥିଲେ । ଯାହାର କିସ୍ତି ତାଙ୍କ ସ୍ବାମୀ ଦେଉଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ଡାକ୍ତରଙ୍କର ସାତ ବର୍ଷ ବୟସର ସନ୍ତାନ ଅଛି । ସ୍ୱାମୀଙ୍କ ସୁରକ୍ଷା ପାଇଁ ପତ୍ନୀ ଉଭୟ ନର୍ସ ଓ ତାଙ୍କ ଭାଇଙ୍କ ସହ ଆଲୋଚନା କରି କଥାକୁ ତୁଟାଇବାକୁ ନିବେଦନ କରିଥିଲେ । ହେଲେସେ ଡାକ୍ତରଙ୍କୁ ଦ୍ବିତୀୟ ବିବାହ କରି ସାରିଛନ୍ତି । ଏବେ ରାସ୍ତାରେ କଣ୍ଟା ହେଲେ ଉଭୟ ମା’ ଓ ଶିଶୁ ସନ୍ତାନର ଜୀବନ ଗୁଣ୍ଡା ଲଗାଇ ନେଇଯିବୁ ବୋଲି ନର୍ସ ଓ ତାଙ୍କ ଭାଇ ଚେତାବନୀ ଦେଇଥିବା ଡାକ୍ତରଙ୍କ ପତ୍ନୀ ଥାନାରେ ଲିଖିତ ଭାବେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.