ଘର ଘର ବୁଲି ରୋଗୀ ସେବା କରୁଛନ୍ତି, କରୋନା ଆକ୍ରାନ୍ତଙ୍କୁ ଦେଉଛନ୍ତି ପରାମର୍ଶ

Published By : Prameya-News7 Bureau | April 23, 2021 IST

ବନ୍ଧୁଗାଁ ୨୩।୪: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଏକ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳ । ଏହି ବ୍ଲକରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନିଯୁକ୍ତି ପାଇ ଆଜିକୁ ୭ବର୍ଷ ହେଲାଣି ନିଜ ଦାୟିତ୍ବକୁ ସୂଚାରୁ ରୂପରେ ତୁଲାଇବା ସହ କାହାଠାରୁ ଟଙ୍କାଟିଏ ବି ନିଅନ୍ତିନି । ଡକ୍ତର ଜଣଙ୍କ ହେଉଛନ୍ତି ନିହାର ରଞ୍ଜନ ଷଡଙ୍ଗୀ । ଡାକ୍ତର ନିହାର ରଞ୍ଜନ ବ୍ଲକରେ ରହିଥିବା ୧୩ଟି ପଞ୍ଚାୟତର ୧୯୬ ଗୋଟି ଗାଁକୁ ଯାଇ ଘର ଘର ବୁଲି ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝନ୍ତି ।  ରୋଗୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି ରୋଗୀଙ୍କୁ ଚିକିତ୍ସା କରିଥାନ୍ତି । ଏଥିପାଇଁ ସକାଳ ସାଢେ ୯ଠାରୁ ଦିନ ୨ଟା ପର୍ଯ୍ୟନ୍ତ ନିଜ କାମ କରିବା ପରେ ସେ ଘରକୁ ଫେରିଥାନ୍ତି ।

ଏହାସହ ବନ୍ଧୁଗାଁ ବ୍ଲକରେ କରୋନା ପଜିଟିଭ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କୁ ଠିକ୍ ସମୟରେ ଔଷଧ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି । କରୋନାର ଦ୍ବିତୀୟ ଲହରରେ ବନ୍ଧୁଗାଁ ବ୍ଲକରେ ମୋଟ୍ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କ ସେବା କରୁଥିବାରୁ ଡାକ୍ତରଙ୍କୁ ବନ୍ଧୁଗାଁ ବ୍ଲକର ରାଜନେତା ଓ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଧନ୍ୟବାଦ ଜଣାଇବା ସହିତ ସମ୍ବରର୍ଦ୍ଧିତ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.