କାମୁକ ଡାକ୍ତର,ମହିଳାଙ୍କୁ ଦୁଷ୍କର୍ମ ପରେ ରାତି ସାରା ବାନ୍ଧି ରଖୁଥିଲେ

Published By : Prameya-News7 Bureau | December 28, 2019 IST

 ଜଣେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଜଣେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ଅନେକ ଦିନ ଯାଏଁ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାଟି ହେଉଛି ସ୍କଟଲ୍ୟାଣ୍ଡର ଏଙ୍ଗନ୍ସର। ଏହା ବ୍ୟତୀତ ଡାକ୍ତରଙ୍କ ବିରୋଧରେ  ଅନ୍ୟ ୨ଜଣ ମହିଳାଙ୍କୁ ଯୌନ ଶୋଷଣ କରିଥିବା ମାମଲା ଚାଲିଛି।​‌​‌

ଗ୍ଲାସଗୋ ହାଇକୋର୍ଟରେ ଡାକ୍ତର ମାଥ୍ୟୁ ଆଡମଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି। ଡାକ୍ତର ୨୦୧୩ମସିହାରୁ ୨୦୧୯ମସିହା ମଧ୍ୟରେ ଅପହରଣ ଏବଂ ଦୁଷ୍କର୍ମ ଘଟଣା ଘଟାଇଥିଲେ।

ଆଡମଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଜଣେ ମହିଳାଙ୍କୁ ରାତି ସାରା ବାନ୍ଧି ରଖୁଥିଲେ। ମହିଳାଙ୍କ ମୁଣ୍ଡରେ ବନ୍ଧୁକ ରଖି ଡାକ୍ତର ତାଙ୍କୁ ଦୁଷ୍କର୍ମ କରୁଥିଲେ।

ଆଡମ୍ ମହିଳାଙ୍କୁ ଜବରଦସ୍ତି ନିଶା ଔଷଧ ଖୁଆଇ ଯାହା ଫଳରେ ମହିଳା ବେହୋଶ୍ ହୋଇ ଯାଇଥିଲେ। ଆଡମ୍ ମେଡିକାଲରେ ଅଭ୍ୟାସ କରୁଥିବାବେଳେ ମହିଳାଙ୍କୁ ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ।

ଆଡମ୍ ମେଡିକାଲ୍ ସେଣ୍ଟରରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଆଡମଙ୍କ ଓକିଲ ତାଙ୍କ ସବୁ ମାମଲାକୁ ଖାରଜ କରିଥିଲେ। ଆସନ୍ତା ବର୍ଷ ମେ ମାସରେ ଡାକ୍ତରଙ୍କ ବିରୋଧରେ ମାମଲାର ଶୁଣାଣି ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.