ଆଲମାରିରେ I love u ଲେଖିଲେ, ବିଷାକ୍ତ ଇଞ୍ଜେକ୍ସନ୍ ଲଗାଇ ଆତ୍ମହତ୍ୟା କଲେ ନାମିଦାମୀ ହସ୍ପିଟାଲର ଡାକ୍ତର

Published By : Prameya-News7 Bureau | November 24, 2020 IST

ଗୁରୁଗ୍ରାମ ୨୪/୧୧: ହରିୟାଣାର ଗୁରୁଗ୍ରାମରେ ଏକ ନାମିଦାମୀ ହସ୍ପିଟାଲର ଜଣେ ଡାକ୍ତର ନିଜ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ଡାକ୍ତରଙ୍କ ଝିଅ ରୁମରେ ପହଞ୍ଚି ବାପାଙ୍କ ଶବ ଦେଖି ଚମକି ପଡ଼ିଥିଲେ। ସୂଚନା ପାଇ ଥାନା ପୋଲିସ୍ ଘଟଣାସ୍ଥଳ​‌ରେ ପହଞ୍ଚିଥିଲା। ପୋଲିସ୍ ଘଟଣାସ୍ଥଳର ନିରୀକ୍ଷଣ କରିଥିଲେ। ଡାକ୍ତର ଯେଉଁ ରୁମରେ ଆତ୍ମହତ୍ୟା କରିଥିଲେ,ସେହି ରୁମରେ ରଖା ହୋଇଥିବା ଆଲମାରିରେ ସେ ଆଇ ଲଭ ୟୁ ଲେଖିଥିଲେ।

ପୋଲିସ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରି ଦେଇଛି। ଗୁରୁଗ୍ରାମର ସେକ୍ଟର ୪୯ସ୍ଥିତ ଅର୍ଚ୍ଚିଡ ପଟେଲର ଫ୍ଲାଟ୍ ନମ୍ବର ୨୦୧ରେ ରହୁଥିବା ଡାକ୍ତର ମନୁଜ ସୋଢ଼ୀ ଏକ ନାମୀ ହସ୍ପିଟାଲରେ ଆଇସିୟୁ ସ୍ପେଶାଲିଷ୍ଟ୍ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ମାନସିକ ଅବସାଦ ବିଷୟରେ ତାଙ୍କ ବାପାଙ୍କୁ ମଧ୍ୟ କହିଥିଲେ।

ଏହି ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି କରିବା ପାଇଁ ଡାକ୍ତର ଏପରି ଚରମ ନିଷ୍ପତ୍ତି ନେଇଥିଲେ। ଡାକ୍ତର ନିଜ ରୁମରେ ହିଁ ଆତ୍ମହତ୍ୟା କରି ଦେଇଥିଲେ। ଏହା ପୂର୍ବରୁ ସେ ରୁମରେ ରଖା ହୋଇଥିବା କାଠ ଆଲମାରିରେ ନିଜ ପତ୍ନୀଙ୍କ ନାଁରେ ଏକ ମ୍ୟାସେଜ ଲେଖି ଯାଇଥିଲେ।

ଆଇ ଲଭ ୟୁ ଏବଂ ଗୁଡବୟ ଲେଖିବା ପରେ ଡାକ୍ତର ବିଷ ଇଞ୍ଜେକସନ ଲଗାଇ ଦେଇଥିଲେ। ଅନେକ ସମୟ ଯାଏଁ ଡାକ୍ତର ନିଜ ରୁମରୁ ନ ବାହାରିବାରୁ ତାଙ୍କ ଝିଅ ରୁମକୁ ଯାଇଥିଲେ। ବାପାଙ୍କ ମୃତଦେହ ଦେଖି ସେ ଜୋରରେ ଚିତ୍କାର କରିଥିଲେ। ଏହି ସମୟରେ ଘରେ ଥିବା ଅନ୍ୟ ଲୋକେ ମଧ୍ୟ ସେଠାକୁ ଆସି ଯାଇଥିଲେ।

ଘଟଣାର ସୂଚନା ମିଳିବା ମାତ୍ରେ ଥାନା ପୋଲିସ୍ ସହ କ୍ରାଇମ୍ ଏଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ୍ ଟିମ୍ ଘଟଣାସ୍ଥଳର ନିରୀକ୍ଷଣ କରିଥିଲେ। ଘଟଣା ପରେ ଡା,ମନୁଜ ସୋଢ଼ିଙ୍କ ବାପା ମାଆ ସ୍ତବ୍ଧ ହୋଇଯାଇଛନ୍ତି। ଏକମାତ୍ର ପୁଅଙ୍କ ମୃତ୍ୟୁ ଯୋଗୁଁ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାପା ପୋଲିସକୁ କହିଥିଲେ ଯେ ବୋହୂ ତାଙ୍କ ପୁଅଙ୍କୁ ବହୁତ ମାନସିକ ନିର୍ଯାତନା ଦେଉଥିଲା। କେବଳ ଏତିକି ନୁହେଁ ସେ ତାଙ୍କ ବୋହୂଙ୍କ ଚରିତ୍ର ଉପରେ ଆକ୍ଷେପ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.