Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘‘ମୋ ଶବକୁ ସ୍ବାମୀ ହାତ ଲଗାଇବେ ନାହିଁ’’ ଲେଖି ଆତ୍ମହତ୍ୟା କଲେ ମହିଳା ଡାକ୍ତର

3/02/2019 at 6:03 PM

ସୁରତ ୩/୨: ଅଡାଜଣଠାରେ ଜଣେ ବିବାହିତା ମହିଳା ନିଜ ବଙ୍ଗଳାର ଦ୍ବିତୀୟ ମହଲାର ବେଡରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ନିଜ ସୁଇସାଇଡ ନୋଟରେ ମହିଳା ଲେଖିଛନ୍ତି –‘‘ମୋ ସ୍ବାମୀ ମୋ ଶବକୁ ହାତ ଲଗାଇବେ ନାହିଁ ଏବଂ ମୋ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେବେ ନାହିଁ। ’’ମହିଳା ଜଣକ ଡାକ୍ତର ଥିଲେ ବୋଲି ସୂଚନା ମିଳିଛି। ଏହି ମାମଲାଟି ପ୍ରତାରଣା ଜନିତ ବୋଲି ସନ୍ଦେହ କରାଯାଉଛି। ପୋଲିସ୍ ଏ ମାମଲାକୁ ନେଇ ତନାଘନା କରୁଛି।

ଅଡାଜଲଠାରେ ଥିବା ପୋଲିସ୍ ଥାନା ନିକଟରେ ଥିବା ଶିବକୁଟୀର ବଙ୍ଗଳାରେ ୧ନମ୍ବରରେ ରହୁଥିବା ଡାକ୍ତର ମନାଲି(୨୯) ଙ୍କ ବିବାହ ୬ବର୍ଷ ପୂର୍ବେ ୨୦୧୩ରେ ଚିନ୍ତନ ପଟେଲଙ୍କ ସହ ହୋଇଥିଲା। ମନାଲି ସଙ୍ଘଓ୍ବୀ ହସ୍ପିଟାଲରେ କାମ କରୁଥିଲେ। ତାଙ୍କ ସ୍ବାମୀ ଡାକ୍ତର ଚିନ୍ତନ ପଟେଲ୍ ପାଲନପୁରରେ ମା ଏଣ୍ଡ ବେବି ହସ୍ପିଟାଲରେ କାମ କରୁଥିଲେ। ଡାକ୍ତର ଚିନ୍ତନ ପଟେଲଙ୍କ ପରିବାର ମନାଲିଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏହି କାରଣରୁ ଡା.ମନାଲି ଶୁକ୍ରବାର ସନ୍ଧ୍ୟାବେଳେ ପଙ୍ଖାରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ।

ଡା.ମନାଲି ସୁଇସାଇଡ ନୋଟରେ ଲେଖିଥିଲେ ଯେ ‘‘ମୋତେ ଶାଶୁ ଘର ଲୋକେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ମୋ ଶବକୁ ମୋ ସ୍ବାମୀ ହାତ ଲଗାଇବେ ନାହିଁ ଏବଂ ମୋ ଅନ୍ତିମ ସଂସ୍କାରରେ ମଧ୍ୟ ସେ ଭାଗ ନେବେ ନାହିଁ।’’ ଏଥିପାଇଁ ମନାଲିଙ୍କ ଶବକୁ ତାଙ୍କ ବାପ ଘର ଲୋକେ ନେଇ ଅନ୍ତିମ ସଂସ୍କାର କରିଥିଲେ।

ଡା.ମନାଲିଙ୍କ ମୃତ୍ୟୁପରେ ତାଙ୍କ ମାଉସୀଙ୍କ ଝିଅ କହିଥିଲେ ଯେ ମନାଲି ଯେଉଁ ସୁଇସାଇଡ ନୋଟ୍ ଲେଖିଥିଲେ  ସେ ତାଙ୍କ ଭାଇଙ୍କୁ ହ୍ବାଟସଆପ୍ ମଧ୍ୟ କରିଥିଲେ କିନ୍ତୁ ଭାଇଙ୍କ ଫୋନ୍ ବନ୍ଦ ଥିବା କାରଣରୁ ଏହା ସେଣ୍ଡ ହୋଇପାରିନଥିଲା। ପୋଲିସ୍ ମନାଲିଙ୍କ ଫୋନକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

ତାଙ୍କ ମାଉସୀଙ୍କ ଝିଅଙ୍କ କହିବାନୁସାରେ ମନାଲି ଏବଂ ଚିନ୍ତନଙ୍କ ମଧ୍ୟରେ ଭଲ ସମ୍ବନ୍ଧ ନଥିଲା। ଦୀର୍ଘ ଦିନରୁ ସେମାନେ ଅଲଗା ଅଲଗା ଶୋଉଥିଲେ। ଉଭୟଙ୍କ ସମସ୍ୟା ସମାଧାନ ଦିଗରେ ବହୁବାର ଉଦ୍ୟମ କରାଯାଇଥିଲା କିନ୍ତୁ ଶାଶୁ ଘର ଲୋକେ ସମାଧାନ ହେବାକୁ ଦେଇନଥିଲେ। ମନାଲିଙ୍କୁ ଛାଡ଼ପତ୍ର ଦେବାପାଇଁ ଚାପ ପ୍ରୟୋଗ କରାଯାଉଥିଲା। ଏହି ସବୁ ପରିସ୍ଥିତି ସହି ନପାରି ଶେଷରେ ଡା.ମନାଲି ଆତ୍ମହତ୍ୟାର ରାସ୍ତା ବାଛିନେଇଥିଲେ।

   Related Posts