ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କ ଆତ୍ମହତ୍ୟା ଉଦ୍ୟମ ।
28/08/2018 at 8:02 AM

ଭୁବନେଶ୍ଵର;୨୮/୦୮- ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଖବର ଆସିଛି ବରଗଡ ସହରର ଖଜୁରଟିକ୍ରାରୁ । ବନବାସପାଲି ଗାଁର ଲବଙ୍ଗ ସାହୁ ନାମକ ଜଣେ ମହିଳା ଦାନ୍ତ ଚିକିତ୍ସା ପାଇଁ ଡାକ୍ତର ସୁବୋଧ ସାହୁଙ୍କ କ୍ଲିନିକ୍ ଯାଇଥିଲେ । ସେଠାରେ ଡାକ୍ତର ସୁବୋଧ ସାହୁ ଭୁଲ ଇଞ୍ଜେକ୍ସନ ଦେବାରୁ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏହି ଘଟଣା ପରେ ଡାକ୍ତର ସୁବୋଧ ସାହୁ ଭୟରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି