Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଓଟିରେ ଡାକ୍ତର ଚେତାଶୂନ୍ୟ

22/06/2018 at 5:57 AM

ଓଟିରେ ଡାକ୍ତର ଚେତାଶୂନ୍ୟ । ବାଲେଶ୍ବର ମେଡିକାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗିରିଜା ଶଙ୍କର ଦାସ ଅପରେସନ୍ ଥିଏଟର୍ ରୁମ୍ ରେ ବେହୋସ୍ ହୋଇପଡ଼ିଲେ । ଓଟିରେ ଏସି କାମ କରୁନଥିବାରୁ ଡାକ୍ତରଙ୍କର ଏପରି ଅବସ୍ଥା ହୋଇଥିବା ଜଣାପଡ଼ିଛି । ଗୁରୁବାର ଡାକ୍ତର ଗିରିଜା ଶଙ୍କର ହସ୍ପିଟାଲ୍ ଆସି ୨ ଜଣ ଗର୍ଭବତୀଙ୍କ ଅସ୍ତ୍ରୋପଚାର କରିଥିଲେ । ଏହା ପରେ ତୃତୀୟ ମହିଳାଙ୍କ ଅପରେସନ୍ କଲା ବେଳେ ହଠାତ ତାଙ୍କର ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଆଇ.ସି.ୟୁ.କୁ ନେଇ ଚିକିତ୍ସା କରାଯାଇଥିଲା । ଡାକ୍ତର ଗିରିଜା ଶଙ୍କର ଏବେ ସୁସ୍ଥ ଅଛନ୍ତି । ଅଂଶୁଘାତ ଯୋଗୁଁ ତାଙ୍କର ଏପରି ଅବସ୍ଥା ହୋଇଥିବା ଜଣାପଡ଼ିଛି । ସେପଟେ ଦୀର୍ଘ ୧୧ ଦିନ ହେଲା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓଟିରେ ଏସି କାମ କରୁନଥିବା ଅଭିଯୋଗ ହୋଇଛି । ଓଟିରେ ଅପରେସନ୍ ଚାଲିଥିବାରୁ ଏସି ସଜାଡ଼ିବା ପାଇଁ ୨ ଥର ମେକାନିକ୍ ଫେରିଯାଇଥିବା ଏ.ଡି.ଏମ୍.ଓ କହିଛନ୍ତି ।

   Related Posts