ବ୍ରହ୍ମପୁର ଏମ୍କେସିଜିର ବରିଷ୍ଠ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ପାଇଲେ ଏମ୍.ଏ. ଅଲ୍ଲୀ ପୁରସ୍କାର
27/10/2019 at 8:58 AM

ବ୍ରହ୍ମପୁର ୨୭।୧୦: ବ୍ରହ୍ମପୁର ଏମକେସିଜି ମେଡିକାଲ ଚର୍ମ ଓ ଯୌନ ରୋଗ ବିଭାଗର ବରିଷ୍ଠ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ଏମ୍.ଏ ଅଲ୍ଲୀ ପୁରସ୍କାର ପାଇଛନ୍ତି । ସାର୍ଟିଫିକେଟ ଓ ଉପଢୌକନ ପ୍ରଦାନ କରି ତାଙ୍କୁ ସମ୍ମାନିତ କରାଯାଇଛି । ତାମିଲନାଡୁ ରାଜ୍ୟର କୋଡାନ୍ତରଣ କେନାଲ ଟାଉନହଲ୍ ଠାରେ ଆୟୋଜିତ ଜାତୀୟ ଯୌନରୋଗ ଓ ଏଡସ୍ ବିଶେଷଜ୍ଞ ସଂଘର ବାର୍ଷିକ ସମ୍ମିଳନୀ ଅବସରରେ ତାଙ୍କୁ ପୁରସ୍କୃତ କରାଯାଇଛି । ପରେ ସର୍ବସମ୍ମତ କ୍ରମେ ସଂଘର ସଭାପତି ଭାବେ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଥିଲା । ରାଜ୍ୟ ର ପ୍ରଥମ ଚର୍ମ ଓ ଯୌନ ରୋଗ ବିଭାଗର ଡାକ୍ତର ଭାବେ ଏଭଳି ପଦବୀରେ ସେ ଅଧିଷ୍ଠିତ ହୋଇଛନ୍ତି । ଡାକ୍ତର ସଂଘ ପକ୍ଷରୁ ଡାକ୍ତର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।
Related Posts
ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ
22 April 2021