Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କେବେ ବି ସମ୍ପୂର୍ଣ୍ଣ ରୂପେ ଯିବନି କରୋନା ! ବିଶେଷଜ୍ଞ କହିଲେ ବାର୍ଡ ଫ୍ଲୁ ଭଳି ଲୋକେ ହୋଇଯିବେ ଅଭ୍ୟସ୍ତ

7/05/2021 at 6:59 PM

ନୂଆଦିଲ୍ଲୀ ୭।୫: ଦେଶରେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଜାରି ରହିଛି । ବର୍ତ୍ତମାନ ଦେଶରେ କରୋନାର ସମସ୍ତ ରେକର୍ଡ ଭାଙ୍ଗୁଛି । ଏହି ସମୟରେ କରୋନାର ତୃତୀୟ ଲହର ପାଇଁ ସରକାର ଚେତାବନୀ ମଧ୍ୟ ଦେଇସାରିଲେଣି । ଗତ ବର୍ଷ କୁହାଯାଉଥିଲା କିଛି ସମୟ ପରେ କରୋନା ଶେଷ ହୋଇୟିବ କିନ୍ତୁ ଟିକା ଆସିବା ପରେ ବି କରୋନାର ଭୟାବହତା ଜାରି ରହିଛି । ଅପ୍ରେଲ ମାସ ଏବଂ ମେ’ ପ୍ରଥମ ସପ୍ତାହରେ କରୋନା ଭାଇରସ୍ ବିପଦଜନକ ସ୍ତରରେ ବିସ୍ତାର ହେବା ଏବଂ ମେ’ ମାସ ଦ୍ବିତୀୟ ସପ୍ତାହରେ ଏହା ପିକ୍ ରେ ରହିବା ମଧ୍ୟରେ ଏକ ଭଲ ଖବର ଆସିଛି ଯେ, କରୋନାର ଦ୍ବିତୀୟ ଲହର ଶେଷ ହୋଇପାରେ । ଏହାସହ ଏହା ମଧ୍ୟ କୁହାଯାଉଛି ଯେ, କରୋନା ଯେତେ ଶୀଘ୍ର ବିସ୍ତାର ହୋଇଥିଲା ତାହା ସେତେ ଶୀଘ୍ର ହ୍ରାସ ପାଇବ । ଏହା ଏକ ଋତୁକାଳୀନ ରୋଗରେ ପରିଣତ ହୋଇ ରହିଯିବ ।

ଇଣ୍ଡିଆନ୍ ଓ୍ବିମେନ୍ ପ୍ରେସ୍ କର୍ପସର ଏକ ଭର୍ଚୁଆଲ ଆଲୋଚନାରେ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି)ର ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ଏହାସହ ସେ ଲକ୍ ଡାଉନ୍ କୁ ମଧ୍ୟ ସମର୍ଥନ କରିଛନ୍ତି । ଡାକ୍ତର କାଙ୍ଗ କହିଛନ୍ତି ଯେ, ପ୍ରକୃତରେ  ଏହି ଭାଇରସ୍ ବାର୍ଡ ଫ୍ଲୁ ଭାଇରସ୍ ପରି ହୋଇଯିବ, ଯାହା ରହିଯିବ । ଅସମ୍ପୂର୍ଣ୍ଣ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆମକୁ ଟିକା ବୁଷ୍ଟରର ଆବଶ୍ୟକତା ହୋଇପାରେ । ଏହି ଭାଇରସ୍ ସହ ଆମକୁ ଦୁଇ କିମ୍ବା ଅଧିକ ପିକ୍ ଦେଖିବାକୁ ପଡିପାରେ । କିନ୍ତୁ ସେତେବେଳେ ପରିସ୍ଥିତି ଏତେ ବିପଜ୍ଜନକ ହେବ ନାହିଁ ।

ଡାକ୍ତର କାଙ୍ଗ କହିଛନ୍ତି ଯେ, ଏହି ଭାଇରସ୍ ଗ୍ରାମାଞ୍ଚଳ ଏବଂ ମଧ୍ୟବିତ୍ତ ଶ୍ରେଣୀର ସେହି ଅଞ୍ଚଳରେ ପହଞ୍ଚିଛି ଯେଉଁଠାରେ ଏହା ପ୍ରଥମ ଲହରରେ ପହଞ୍ଚିପାରିନଥିଲା । ଯଦି ଆମେ ଟିକାକରଣ ବଢାଇବା ତେବେ ଆଗାମୀ କିଛି ମାସରେ ବହୁତ ଭଲ ଫଳାଫଳ ମିଳିବ । ସେ କହିଛନ୍ତି ଯେ, ଟିକା ଆମକୁ ଗୁରୁତର ରୋଗ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ଡାକ୍ତର କାଙ୍ଗ ଟିକା ନେବାକୁ ସମର୍ଥନ କରିଛନ୍ତି । ଭାରତରେ ବର୍ତ୍ତମାନ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ବ୍ୟବହାର ହେଉଛି । ଆଗାମୀ ସମୟରେ ଆହୁରି ଅନେକ ଟିକା ଆସିବ ।

   Related Posts