କରୋନା ଓ୍ୱାର୍ଡରେ ପୋଷ୍ଟିଂ ହେବାରୁ ଇସ୍ତଫା ଦେଲେ ଡାକ୍ତର: ସରକାରଙ୍କ ନିର୍ଦ୍ଦେଶ, ୨୪ ଘଣ୍ଟାରେ ଯୋଗ ଦିଅ ନଚେତ୍ ...

Published By : Prameya-News7 Bureau | March 25, 2020 IST

ରାଞ୍ଚୀ, ୨୪୦୩ ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଏହାର ପ୍ରତିଷେଧକ ମଧ୍ୟ ଏବେ ସୁଦ୍ଧା ବାହାରି ନାହିଁ । ଭାରତରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଦେଶର ସମସ୍ତ ଚାକ୍ତର, ନର୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ତେବେ ଝାରଖଣ୍ଡ ପଶ୍ଚିମ ସିଂହଭୂମର ଜଣେ ଡାକ୍ତର ଏହି ସମୟରେ ଇସ୍ତଫା ପ୍ରଦାନ କରିଛନ୍ତି ।ତାଙ୍କୁ କରୋନା ଆଇସୋଲେସନ ଓ୍ୱାର୍ଡରେ ନିୟୋଜିତ କରିବା ପରେ ସେ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

{"id":243886,"width":748,"height":561,"sizeSlug":"large"}

ପଶ୍ଚିମ ସିଂହଭୂମର ସିଭିଲ୍ ସର୍ଜନ ମଞ୍ଜୁ ଦୁବେ କହିଛନ୍ତି ଯେ, ଡାକ୍ତର ଅଲୋକ ତିର୍କୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟ ସଚିବ ନୀତିନ ମଦନ କୂଲକର୍ଣ୍ଣୀ ଏହି ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ଖିଲାପ କଲେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ମଧ୍ୟ କୁହାଯାଇଛି । ସେ ହ୍ୱାଟସଆପ ଓ ଇମେଲରେ ନିଜର ଇସ୍ତଫା ପ୍ରଦାନ କରିଥିଲେ ।

{"id":243887,"width":751,"height":421,"sizeSlug":"large"}

ଇସ୍ତଫା ଦେବା ପୂର୍ବରୁ ଡାକ୍ତର ତିର୍କୀ ଜିଲ୍ଲା ଖଣିଜ ନିଧି ଟ୍ରଷ୍ଟ୍ ମେଡିକାଲରେ କାର୍ଯ୍ୟ କରୁଥିଲେ । ପରେ ତାଙ୍କୁ ଦୁମକା ମେଡିକାଲ କଲେଜକୁ ଟ୍ରାନ୍ସଫର୍ କରାଯାଇଥିଲା । ପୁଣି ଥରେ ଦୁମକା ମେଡିକାଲ କଲେଜରୁ ସଦର ହସ୍ପିଟାଲର କରୋନା ଆଇୋଲେସନ ଓ୍ୱାର୍ଡରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ନିଜ ଇସ୍ତଫା ପତ୍ରରେ ପତ୍ନୀଙ୍କ ଦେହ ଖରାପ ଥିବା ଦର୍ଶାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.