ମଣିଷ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି, ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର

Published By : Prameya-News7 Bureau | October 29, 2020 IST

ସୁଜହୋ ୨୯/୧୦: ଚାଇନାରୁ ଏକ ଅଜବ ତଥା ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ଆଖିରୁ ଡାକ୍ତର ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି। ରୋଗୀଙ୍କ ବୟସ ୬୦ ବର୍ଷ ଓ ତାଙ୍କ ନା ଓ୍ବାନ୍। ମାସକ ତ​‌ଳେ ସେ ଆଖିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ସେ ଥକ୍କାପଣ ଭାବି ଏହାକୁ ଅଣଦେଖା କରିଥିଲେ।

ଚୀନର ସୁଜହୋ ସହରରେ ଓ୍ବାନ୍ ରହନ୍ତି। ଆଖିରେ ଯନ୍ତ୍ରଣା ବଢ଼ିବାରୁ ସେ ସୁଜହୋ ମୁନିସପାଲ ହସପିଟାଲରେ ଭର୍ତି ହୋଇଥିଲେ। ମେଡିକାଲ ପରୀକ୍ଷା ପରେ ଡାକ୍ତର ଜି ଟିଙ୍ଗ କେତେକ କ୍ଷୁଦ୍ର କୃମିକୁ ଡାହଣ ଆଖିରୁ ବାହାର କରିଛନ୍ତି। ସମସ୍ତ କୃମିକୁ ଓ୍ବାନଙ୍କ ଆଖୁର ଟାଣି ସେସବୁକୁ ଏକ ପାତ୍ରରେ ରଖିଲେ। ଯାହା ପରେ ପ୍ରାୟ ୨୦ଟି ଧଳା ସ୍ଲେଣ୍ଡର ଜିଆ ଥିବା ଜଣାପଡ଼ିଲା।

{"id":352749,"width":579,"height":668,"sizeSlug":"large"}

ଏହି କୃମି ପାରାସାଇଟ ନାଁରେ ପରିଚିତ। ଯାହା କୁକୁର, ବିଲେଇ ତଥା ଅନ୍ୟାନ୍ୟ ଜୀବଜନ୍ତୁଙ୍କ କନଜୁକ୍ଟିଭାଲ ସାକରେ ଥାନ୍ତି। ଡାକ୍ତର ଜି କହିଛନ୍ତି କୃମିର ଲାଭା ବିକଶିତ ହେବା ପାଇଁ ୧୫ରୁ ୨୦ ଦିନ ଲାଗିଥିବ। ତେବେ ଓ୍ବାନ କହିଛନ୍ତି ତାଙ୍କ ଘରେ କୌଣସି ପୋଷା ଜୀବଜନ୍ତୁ ନାହାନ୍ତି। ମାତ୍ର ସେ ବାହାରେ ଏକ୍ସରସାଇଜ କରନ୍ତି। ହୋଇଥାଇପାରେ କେତେବେଳେ କୌଣସି ଜୀବ ସଂସ୍ପର୍ଶରେ ଆସି ଏହା ତାଙ୍କୁ ଆଖିକୁ ସଂକ୍ରମଣ କରିଥାଇପାରେ।

ଡାକ୍ତର ଜି ଲୋକମାନଙ୍କୁ ଏଭଳି ପାରାସାଇଟ୍ ପ୍ରତି ସତର୍କ ରହିବାକୁ କହିଛନ୍ତି। ହାଇଜିନକ ନ ରହିଲେ ଏଭଳି ପାରାସାଇଟ୍ ମଣିଷଙ୍କ ପାଖକୁ ଟ୍ରାନ୍ସଫର ହୋଇପାରେ। ଏହା ସହ ଆଖିକୁ ଭଲ ନ ଦିଶିବା କି ଅନ୍ୟ କିଛି ଚକ୍ଷୁ ଜନିତ ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.