ମହିଳାଙ୍କ କାନରେ ହେଉଥିଲା ଭୀଷଣ ପୀଡା : ଡାକ୍ତର କାନରୁ ବାହାର କଲେ ଜୀବନ୍ତ ପୋକ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

Published By : Prameya-News7 Bureau | July 04, 2019 IST

କାନରେ ସାମାନ୍ୟ ପୀଡା ହେଲେ କୁଣ୍ଡେଇ ହୁଏ । ସାଧାରଣତଃ ଆମେ ସମସ୍ତେ କାନରେ ପୀଡା ହେଲେ କିମ୍ବା ଆଉ କୌଣସି ଅସୁବିଧା ହେଲେ କୁଣ୍ଡେଇ ହୋଇଥାଉ । କିନ୍ତୁ ଥରେ ଭାବିଲେ କାହା କାନରେ କୁଣ୍ଡେଇ ହେଉଛି ଏବଂ ତାଙ୍କ କାନରୁ ଏକ ଜୀବନ୍ତ ଝିଟିପିଟି ବାହାରିଛି ତାହେଲେ କଣ ହେବ ।

ଏହିଭଳି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଜଣେ ମହିଳାଙ୍କ କାନରେ ଭୀଷଣ ପୀଡା ହେଲା । ମହିଳା ଜଣକ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ମହିଳାଙ୍କ କାନ ଚେକ କରିଥିଲେ । ଡାକ୍ତର ଯାହା ଦେଖିଲେ ସେଥିରେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତର ମହିଳାଙ୍କ କାନରୁ ଏକ ଝିଟିପିଟି ବାହାର କଲେ ।

ଡାକ୍ତର ଅଟୋସ୍କୋପି ଜରିଆରେ ଯାଞ୍ଚ କରି ମହିଳାଙ୍କ କାନରେ କୌଣସି ଏକ ପୋକ ଚାଲୁଥିବାର ଦେଖିଥିଲେ । ଏହାପରେ ଡାକ୍ତର ମହିଳାଙ୍କ କାନରେ ଏନ୍ଟିବାୟୋଟିକ ଡ୍ରପ ପକାଇଥିଲେ । ଏନ୍ଟିବାୟୋଟିକ ଡ୍ରପ କାନରେ ପକାଇବା ପରେ ଭିତରେ ଥିବା ପୋକ ନିଜେ ବାହାରକୁ ଚାଲି ଆସିଥାଏ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏଭଳି ହୋଇନଥିଲା । ପୋକ ନିଜେ ବାହାରକୁ ଆସିନଥିଲା ।

ଏହାପରେ ଡାକ୍ତର ଏକ ଚିମୁଟା ସାହାଯ୍ୟରେ ପୋକକୁ କାନ ଭିତରୁ ଟାଣି ବାହାର କରିଥିଲେ । ପୋକକୁ ଦେଖି ଅନ୍ୟ ଡାକ୍ତର ଓ ନର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯାହାକୁ ସେ ପୋକ ବୋଲି ଭାବୁଥିଲେ ତାହା ପୋକ ନଥିଲା । ମହିଳାଙ୍କ କାନ ଭିତରୁ ଏକ ଝିଟିପିଟି ବାହାରିଥିଲା । ଝିଟିପିଟିକୁ ଦେଖି ମହିଳା ନିଜେ ମଧ୍ୟ ଡରିଗଲେ । 

ଡାକ୍ତର ବରନ୍ୟା ସୋଶିଆଲ ମିଡିଆରେ ଘଟଣା ସମ୍ପର୍କକରେ କହିଥିଲେ । ସେ କହିଛନ୍ତି ଯେ, ଝିଟିପିଟି କାନରେ ବଞ୍ଚିଥିଲା ଏବଂ ଏପଟସେପଟ ହେଉଥିଲା । ଯେଉଁଥିପାଇଁ ମହିଳାଙ୍କ କାନରେ କୁଣ୍ଡେଇ ହେଉଥିଲା ଏବଂ ପୀଡା ମଧ୍ୟ ହେଉଥିଲା । ଡାକ୍ତରଙ୍କ ଅନୁସାରେ ଥାଇଲାଣ୍ଡରେ ଏହି ଝିଟିପିଟିକୁ ଜିଙ୍ଗ ଜୋକ ବୋଲି କୁହାଯାଏ ।

ମହିଳାଙ୍କ କାନରୁ ଝିଟିପିଟିକୁ ବାହାର କରିଦିଆଯିବା ପରେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ତେବେ ଝିଟିପିଟି ମହିଳାଙ୍କ କାନକୁ କେମିତି ପଶିଲା ଏବଂ ପଶିଲାବେଳେ ସେ କିଭଳି ଜାଣି ପାରିଲେ ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.