Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅଶ୍ଳୀଳ ଭିଡିଓ କରି ୩ ବର୍ଷଧରି ମହିଳାଙ୍କୁ ବ୍ଲାକମେଲ କରୁଥିଲେ ଡାକ୍ତର, ପର୍ଦ୍ଦାଫାସ କଲା ପୋଲିସ

14/10/2019 at 4:22 PM

ମୁମ୍ବାଇ୧୪|୧୦: ଦୁଷ୍କର୍ମ ଅଭିଯୋଗ​‌ରେ ଜଣେ ୫୮ ବର୍ଷ ବୟସ୍କ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଜଣେ ୨୭ ବର୍ଷ ବୟସ୍କା ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଡାକ୍ତର ତାଙ୍କୁ ଦୀର୍ଘବର୍ଷରୁ ବ୍ଲାକମେଲିଂ କରୁଥିଲେ। ତେବେ ଏ ନେଇ ମହିଳା ପୋଲିସର ଦ୍ୱାରସ୍ଥ ହୋଇଥିବା ବେଳେ ଡାକ୍ତରଙ୍କ ମୁଖା ଏବେ କୋଲିଯାଇଛି।

ମୁମ୍ବାଇ ଯୋଗେଶ୍ୱରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ୨୦୧୫ ମସିହାରେ ପୀଡିତା ଡାକ୍ତରଙ୍କ କ୍ଲିନିକକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅଚେତ କରିବା ସହ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ। ଏହି ଦୁଷ୍କର୍ମର ଭିଡିଓ ସୁଟିଂ କରି ଡାକ୍ତର ତାଙ୍କୁ ଏପର୍ଯ୍ୟନ୍ତ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି।

 ମହିଳାଙ୍କ ସହ ଡାକ୍ତର ସୁଟିଂ କରିଥିବା ଅଶ୍ଲିଳ ଭିଡିଓକୁ ସାର୍ବଜନିକ କରିଦେବେ କହି ତାଙ୍କୁମାନସିକ ନିର୍ଯାତନା ଦେଇଆସୁଥିଲେ।  ଡାକ୍ତର ବାରମ୍ବାର ମହିଳାଙ୍କୁ ଦେଖା କରିବା ଲାଗି ତାଙ୍କ କ୍ଲିନିକକୁ ଆସିବାକୁ ବାଧ୍ୟ କରିଥିଲେ। ତେବେ  ପୀଡିତା  ଡାକ୍ତରଙ୍କ କଥା ନ ମାନିବାରୁ ସେ ଭିଡିଓକୁ ଅନଲାଇନରେ ପୋଷ୍ଟ କରି ଏବେ ନିଜ ଜାଲରେ ନିଜେ ଫସିଛନ୍ତି। ଅନଲାଇନରେ ପୋଷ୍ଟ ହୋଇଥିବା ଭିଡିଓ ନେଇ ମହିଳା ମେଘାବାଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଡାକ୍ତରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। 

   Related Posts