Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଡ଼ାକ୍ତର ପାଖକୁ ଯାଇଥିଲେ ଚିକିତ୍ସା ପାଇଁ ମହିଳା, ହେଲେ ଦୁଷ୍କର୍ମରେ ହେଲେ ଶିକାର

19/03/2019 at 8:57 PM

କାନପୁର ୧୯/୩- ମହିଳା ସ୍ବାମୀଙ୍କ ସହ ଯାଇଥିଲେ ଚିକିତ୍ସା ପାଇଁ । ହେଲେ ଦୁଷ୍କର୍ମରେ ହେଲେ ଶିକାର ।

ଏହିଭଳି ଅଭାବନୀୟ ଘଟଣା ଘଟିଛି କାନପୁର କଶ୍ବାରେ । ଜଣେ ମହିଳା ଚିକିତ୍ସା ପାଇଁ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ । ଡ଼ାକ୍ତର ତାଙ୍କ ସ୍ବାମୀଙ୍କୁ ବାହାରେ ବସିବାକୁ କହି ମହିଳାଙ୍କୁ ଚ୍ୟାମ୍ବର ଭିତରକୁ ଡ଼ାକିଥିଲେ । ମହିଳା ଚ୍ୟାମ୍ବର ଭିତରକୁ ଯିବାପରେ ସ୍ଵାସ୍ଥ୍ୟ ପରୀକ୍ଷା ନାଁରେ ତାଙ୍କ ଦେହରୁ ସବୁଯାକ ବସ୍ତ୍ର ଖୋଲିଦେଇଥିଲେ ବୋଲି କହିଛନ୍ତି ମହିଳା ।ତାପରେ ଡ଼ାକ୍ତର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ବଡ଼ ପାଟିରେ ଚିଲେଇଥିଲେ ।

ଏହି ସମୟରେ ମହିଳାଙ୍କ ସ୍ବାମୀ ଡ଼ାକ୍ତରଙ୍କ କବଳରୁ ରକ୍ଷା କରିଥିଲେ । କିନ୍ତୁ ଡ଼ାକ୍ତରଙ୍କ ଦୁଇଜଣ ସହଯୋଗୀ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ହୋଇଛି ଅଭିଯୋଗ । ଡ଼ାକ୍ତରଙ୍କ ସହଯୋଗୀମାନେ ମହିଳାଙ୍କ ସ୍ବାମୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ।

ମହିଳା ଓ ତାଙ୍କ ସ୍ଵାମୀ ଏବାବଦରେ ଥାନାରେ ଦେଇଥିଲେ ଏତାଲା । ପୋଲିସ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

   Related Posts