Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

16/04/2021 at 1:29 PM

ଭୁବନେଶ୍ୱର,୧୬/୦୪:  ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ  ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି । ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ପୁରସ୍କାର ନିମନ୍ତେ ଚୟନ କରାଯାଇଛି ।

ପୂର୍ବରୁ ପ୍ରଫେସର ମହାନ୍ତି ଭାରତ ସରକାରଙ୍କ ତରଫରୁ ସର୍ବୋତ୍ତମ ଶିକ୍ଷକ ଭାବରେ ସମ୍ମାନିତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ୨୦୧୮ରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ ଶ୍ରୀ ମହାନ୍ତି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନୁସନ୍ଧାନ କ୍ଷେତ୍ରଠାରେ ଚିକିତ୍ସାରତ ଅଛନ୍ତି । ଏହା ବ୍ୟତୀତ ସେ ସାଇଣ୍ଟିଫିକ୍ ଆଡଭାଇଜାରୀ ବୋର୍ଡର ଅଧ୍ୟକ୍ଷ, କ୍ଷେତ୍ରୀୟ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ଓ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧନ ପରିଷଦ, ଭାରତ ସରକାର ଓ ଆୟୁଷ ମନ୍ତ୍ରାଳୟର ବିଭିନ୍ନ କମିଟିରେ ଉପଦେଷ୍ଟା ଭାବେ କାର୍ଯ୍ୟରତ୍ତ ।

ଏତତ୍ ବ୍ୟତୀତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅପ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ପାଇଁ ଭାରତର ଡାକ୍ତର ଗିରେନ୍ଦ୍ର ପାଲ ଓ ଇଟାଲିର ହୋମିଓପାଥି ଚିକିତ୍ସକ ଡା. ରେନଜୋ ଗାଲାସିଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ପାଇଁ ଚୟନ କରାଯାଇଛି ।

   Related Posts