ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଗୋଟିଏ ନିରୀହ ଜୀବନ...

Published By : Prameya-News7 Bureau | February 20, 2020 IST

ବ୍ରହ୍ମପୁର୨୦/୨:ଚିକିତ୍ସା ଅବହେଳା ଯ଼ୋଗୁଁ ଏକ ଘରୋଇ ନର୍ସିଂ ହୋମରେ ମହିଳାଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିବା ଅଭିଯ଼ୋଗ ହୋଇଛି । ଯାହାକୁ ନେଇ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଏପରି କି ହସ୍ପିଟାଲର ମାଲିକ ଓ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

wp:html /wp:html

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଗୁରୁଦେବ ନାମକ ଏକ ଘରୋଇ ନର୍ସିହୋମର ମାଲିକ । ସେବା ଆଳରେ ଚାଲୁଛି ବ୍ୟବସାୟ। କରଣ ଅପରେସନ ପାଇଁ ଓଟିରେ ମାତ୍ର କେଇ ଘଣ୍ଟା ନିୟୋଜିତ ହେଉଛନ୍ତି ଭଡାଟିଆ ଡାକ୍ତର। ରୋଗୀଙ୍କ କହିବା ଅନୁସାରେ ଫୋନରେ କଥାବାର୍ତ୍ତା ହୋଇ କୁଆଡେ  ଅପରରେସନ ହୁଏ। ଖାମଖିଆଲ ମନୋଭାବ ଯୋଗୁଁ ଦିଆ ଯ଼ାଉଥିବା ନିଶ୍ଚେତକ (ଆନାସ୍ଥେସିଆ) ଓଭର ଡୋଜ୍ ଯ଼ୋଗୁଁ ୧୭ ତାରିଖ ରାତିରେ  ଜଣେ ମହିଳାଙ୍କ  ମୃତ୍ୟୁ ଘଟିଥିବା ଅଭିଯ଼ୋଗ ହୋଇଛି। ସେଥିପାଇଁ ନର୍ସିଂହୋମ ପରିସରରେ ତୀବ୍ର ଉତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା।  ମୃତକଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅନୁଷ୍ଠାନ ମୁଖ୍ୟଙ୍କୁ ନିସ୍ତୁକ ଛେଚି ଉଭୟଙ୍କ ବିରୋଧ ରେ ଦୃଢ କାର୍ଯ଼୍ୟାନୁଷ୍ଠାନ ଦାବି କରିଛନ୍ତି।

ସୁଚନାମୁତାବକ ଲାଞ୍ଜିପଲ୍ଲୀ ଅଞ୍ଚଳର ସୁଭ୍ରଜିତ ସାମନ୍ତ ରାୟଙ୍କ ପତ୍ନୀ ଆଇ ସୋରିଆ ରାୟ ପେଟରେ ସାମାନ୍ୟ ଯ଼ନ୍ତ୍ରଣା ଅନୁଭବ କରିଥିଲେ। ସେଥି ନିମନ୍ତେ ଆଇ ସୋରିଆଙ୍କୁ ଗୁରୁଦେବ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ଏକ ଛୋଟିଆ ଅପରସେନ ହେବ ବୋଲି ଡାକ୍ତର କହିଥିଲେ। ନର୍ସିଂ ହୋମ କର୍ତ୍ତୁପକ୍ଷଙ୍କ ପରାମର୍ଶରେ ଆଇ ସୋରିଆ ରାୟଙ୍କୁ ଓଟିରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ମଧ୍ୟରେ ଓଟିରୁ ସୋରିଆଙ୍କ ମୃତଦେହ ବାହାରିଥିଲା । ଆଇନ୍ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ ପି ପିନାକ ମିଶ୍ର କହିଛନ୍ତି । ଗତ ୨ ମାସ ମଧ୍ୟରେ ସମାନ ଢଙ୍ଗରେ ଦୁଇ ଜଣଙ୍କ ଅମୂଲ୍ୟ ଜୀବନ ଚାଲି ଯ଼ାଇଥିବା ଅଭିଯ଼ୋଗକୁ ଭିର୍ତ୍ତି କରି ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.