ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

Published By : Prameya-News7 Bureau | August 27, 2018 IST

ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାସ୍ତାରୋକ । ଉତ୍ୟକ୍ତ ଲୋକେ ପଟ୍ଟନାୟିକିଆ ଖୋର୍ଦ୍ଧା ରାସ୍ତାର ଡେଲାଙ୍ଗ ହାଟ ଛକରେ ରାସ୍ତା ଅବରୋଧ କରି ରଖିଛନ୍ତି । ପୁରୀ ଡେଲାଙ୍ଗ ବ୍ଲକ ଇନ୍ଦିପୁର ଗାଁରେ ୧୧ ବର୍ଷର ଅଜୟ ମଲିକଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅଜୟର ଦେହ ଅଧିକ ଗୁରୁତର ହୋଇଛ ପଡିଥିଲା । ପରିବାର ଲୋକେ ତାକୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଡାକ୍ତର ଅଜୟକୁ ମୃତ ଘୋଷଣା କରିଥିଲେ । ଡେଲାଙ୍ଗ ମେଡିକାଲ ରେ ଭୁଲ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଅଜୟର ମୃତ୍ୟୁ ହେଲା ବୋଲି ପରିବାର ଓ ଗାଁ ଲୋକେ ଅଭିଯୋଗ କରି ରାସ୍ତାରୋକ କରିଛନ୍ତି । ମୃତ ଅଜୟର ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ଉଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଲୋକେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.