Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ଚାକର ସ୍ତ୍ରୀ ସହ ଥିଲା ଅବୈଧ ସମ୍ପର୍କ: ଚାକରକୁ ହତ୍ୟା କଲା ଡାକ୍ତର, ପ୍ରମାଣ ନଷ୍ଟ ପାଇଁ ଶବକୁ ୫୦୦ ଖଣ୍ଡ କରି ଏସିଡ ପକାଇ ପୋଡିବାକୁ ଉଦ୍ୟମ ବେଳେ ପଡିଲା ଧରା

5/02/2019 at 6:18 PM

ଭୋପାଲ ୫/୨ : ମଧ୍ୟପ୍ରଦେଶ ହୋସଂଗାବାଦରେ ଜଣେ ଡାକ୍ତର ନିଜ ଚାକରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ଡାକ୍ତର ନିଜ ଚାକରକୁ ହତ୍ୟା କରି ତାର ଶବକୁ ୫୦୦ ଖଣ୍ଡ କରି ସେହି ଟୁକୁଡାଗୁଡିକୁ ଏସିଡରେ ପୋଡିବାକୁ ଚେଷ୍ଟା କରିଥିଲା |


ଅସ୍ଥିସଲ୍ୟ ବିଭାଗର ଡାକ୍ତର ସୁନୀଲ ମନ୍ତ୍ରୀ ଇଟାରସି ସରକାରୀ ହସ୍ପିଟାଲରେ ଡାକ୍ତର ଅଛନ୍ତି | ପୋଲିସ ଡାକ୍ତରଙ୍କ ଘରୁ ଏସିଡ କ୍ୟାନ ଏବଂ ୪ଟି ଅସ୍ଥି ଜବତ କରିଛି | ଡାକ୍ତର ଚାକରକୁ ହତ୍ୟା କରିସାରିବା ପରେ ଯେତେବେଳେ ତାର ମାଂସ ଟୁକୁଡାକୁ ଏସିଡ ପକାଇ ନଷ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ସେତେବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା | ଅତିରିକ୍ତ ଏସପି ରାଜେଶ ଖାନ୍ନା ସୂଚନା ଦେଇଛନ୍ତି ଯେ, ଡାକ୍ତର ତାଙ୍କ ଘରେ କାମ କରୁଥିବା ଚାକରକୁ ମାରି ୫୦୦ ଟୁକୁଡା କରି କାଟିଦେଇଥିଲେ | ଡାକ୍ତର ଏହି ସବୁ ଟୁକୁଡାଗୁଡିକୁ ବାଲ୍ଟି, ଡେ଼କଚି ଏବଂ କଡେଇରେ ରଖି ଏସିଡ ପକାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲା |


ପୋଲିସ ସୂଚନା ଅନୁଯାୟୀ, ଡାକ୍ତରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି | ଚାକରର ସ୍ତ୍ରୀ ସହ ଡାକ୍ତରର ଅବୈଧ ସମ୍ପର୍କ ଥିଲା | ଏ ସମ୍ପର୍କରେ ଚାକର ଜାଣିପାରିବା ପରେ ଡାକ୍ତର ଏବଂ ଚାକର ମଧ୍ୟରେ ବଚସା ହୋଇଥିଲା | ଚାକର ସହ ବଚସା ପରେ ଡାକ୍ତର ଉତକ୍ଷିପ୍ତ ହୋଇ ଏହିଭଳି ନୃଶଂସ କାଣ୍ଡ ଘଟାଇଥିଲା |

   Related Posts