Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଲେ ଡା. ରାମଚନ୍ଦ୍ର ସାଥୁଆ

5/06/2021 at 8:21 AM

କାଲାବିରା, ୦୫/୦୬: କରୋନାର ଆତଙ୍କ ଭୟଙ୍କର ହେବାରେ ଲାଗିଛି । କରୋନା ନେଲା ପୁଣି ଜଣେ ଡାକ୍ତରଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମରେ ଏକ କ୍ଲିନିକ ଖୋଲି ନିଃଶୁଳ୍କ ରୋଗୀ ସେବା ଯୋଗାଇ ଆସୁଥିବା ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ (୭୪)ଙ୍କ ଗୁରୁବାର ମଧ୍ୟରାତ୍ରରେ ରାଉରକେଲା ଜେପି କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସେ ଗତ ମେ’ ୫ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ରଘୁନାଥପାଲିରେ ନିଜ ଘରେ ଚିକିତ୍ସାଧୀନ ଥିଲେ । ମାତ୍ର ତାଙ୍କର ଅବସ୍ଥା ଜଟିଳ ହେବାରୁ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା କୋଭିଡ୍‌ ଡାକ୍ତରଖାନା ଓ ପରେ ରାଉରକେଲା ଜେପି କୋଭିଡ୍‌ ଡାକ୍ତରଖାନା ନିଆଯାଇ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମଧ୍ୟ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି । ରାଉରକେଲା ବେଦବ୍ୟାସରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ପୁଅ ପୁରୀ ଜିଲ୍ଲାର ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ମୁଖାଗ୍ନି ଦେଇଥିଲେ । ଡାକ୍ତର ସାଥୁଆଙ୍କ ୩ ପୁଅ ଓ ୨ ଝିଅ ଅଛନ୍ତି ।

ସୂଚନା ଥାଉକି, ଡାକ୍ତର ସାଥୁଆ ପୁରୀ ଜିଲ୍ଲା ବାସିନ୍ଦା । ସେ ଏମ୍‌ବିବିଏସ୍‌ ପଢ଼ା ସାରିବା ପରେ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ଚାକିରି କରି ଅବସର ନେଇଥିଲେ । ତାଙ୍କର ସ୍ତ୍ରୀ ରଘୁନାଥପାଲି ଅଞ୍ଚଳ ପାଇଁ ଏଏନ୍‌ଏମ୍‌ ଭାବେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଅଛନ୍ତି । ଡା. ସାଥୁଆ ଅବସର ପରେ ସହରାଭୀମୁଖୀ ନହୋଇ ରଘୁନାଥପାଲିରେ ଗୋଟିଏ କ୍ଲିନିକ ଖୋଲି ରୋଗୀ ସେବା ଯୋଗାଇ ଆସୁଥିଲେ । ଆଉ ପତ୍ନୀ ସହ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ । ସେ ରୋଗୀଙ୍କ ନିକଟରୁ କୋଣସି ମୂଲ୍ୟ ନେଉନଥିବା ବେଳେ କେବଳ ଔଷଧର ମୂଲ୍ୟ ନେଉଥିଲେ । କରୋନା ସମୟରେ ମଧ୍ୟ ରୋଗୀ ସେବା ଯୋଗାଇ ଆସୁଥିଲେ ।

   Related Posts