କରୋନା କଥା କହୁଥିବା ଡାକ୍ତରଙ୍କୁ ମାରିଦେଉଛି ଚୀନ୍ ! ଧୀରେ ଧୀରେ ସାମ୍ନାକୁ ଆସୁଛି ଜିନ୍‌ପିଙ୍ଗ ସରକାରଙ୍କ ଭୟଙ୍କର ଦମନ ନୀତି

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩: ଚୀନ୍‌ର ବୁହାନ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲର ଜରୁରିକାଳୀନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଡାକ୍ତର ଗତ ଦୁଇ ସପ୍ତାହ ହେଲା ଗାଏବ ହୋଇଯାଇଛନ୍ତି । ଦୁଇ ସପ୍ତାହ ତଳେ ସେ ଗଣମାଧ୍ୟମ ଆଗରେ ବୟାନ ଦେଇଥିଲେ କି କରୋନା ସଂକ୍ରମଣର ଭୟାବହତା ସମ୍ପର୍କରେ ସେମାନେ ବହୁ ପୂର୍ବରୁ ସମଗ୍ର ବିଶ୍ୱକୁ ସତର୍କ କରାଇବାକୁ ଚାହୁଁଥିଲେ । ହେଲେ ଚୀନ୍‌ ସରକାର ସେମାନଙ୍କୁ ଏପରି କରିବାରୁ ରୋକିଥିଲେ । ଏହା କହିବାର କିଛି ସମୟ ପରେ ସେ ନିଖୋଜ ହୋଇଯାଇଥିଲେ । ଏଯାଏଁ ତାଙ୍କର ସନ୍ଧାନ ମିଳୁନାହିଁ ।

{"id":246315,"sizeSlug":"large"}

ତାଙ୍କର ଗାଏବ ହେବା ପଛରେ ଚୀନ୍‌ ସରକାରଙ୍କ ହାତ ଥିବାର ସନ୍ଦେହ କରାଯାଉଛି । ଚୀନ୍‌ କରୋନା ସଂକ୍ରମଣ ସମ୍ପର୍କିତ ତଥ୍ୟକୁ ଆରମ୍ଭରୁ ଲୁଚାଇବାକୁ ଉଦ୍ୟମ କରିଆସୁଛି । ଏହି ତଥ୍ୟ ଦେବାରେ ବିଳମ୍ବ କରିବାରୁ ଆଜି କରୋନା ଭାଇରସ ସମଗ୍ର ବିଶ୍ୱରେ ଏକ ମହାମାରୀ ରୂପ ଧାରଣ କରିଛି । ପୂର୍ବରୁ କରୋନା ସଂକ୍ରମଣ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିବା ଜଣେ ଡାକ୍ତରଙ୍କୁ ବି ଚୀନ୍‌ ସରକାର ଅଟକ ରଖି ଧମକାଇଥିଲେ । ପରେ ସେଇ ଡାକ୍ତର ନିଜେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.