Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଥଣ୍ଡାପାନୀୟରେ ନିଶାଦେଇ ଡ଼ାକ୍ତର ମହିଳାଙ୍କୁ କଲେ ଦୁଷ୍କର୍ମ, ଅଶ୍ଳୀଳ ଭିଡ଼ିଓ ସୁଟିଂ କରି କରୁଥିଲେ ବ୍ଲାକମେଲ୍

27/01/2019 at 7:10 PM

ଲୁଧିଆନା ୨୭/୧- ଲୁଧିଆନାରେ ଜଣେ ଡ଼ାକ୍ତର ଥଣ୍ଡାପାନୀୟରେ ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ କଲାପରେ ସୁଟିଂ କଲେ ଅଶ୍ଳୀଳ ଭିଡ଼ିଓ । ଏହି ଭିଡ଼ିଓ ଦେଖାଇ କରୁଥିଲେ ବ୍ଲାକମେଲ ।

ଲୁଧିଆନାରେ ଡ଼ାକ୍ତର ଅନିମେଶ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କଲା ଲୁଧିଆନା ପୋଲିସ । ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୭ ମସିହା ଅଗଷ୍ଟମାସରେ ଡ଼ାକ୍ତର ଅନିମେଶ ଘରଭଡ଼ା ନେବାକୁ ତାଙ୍କ ଘରକୁ ଆସିଥିଲେ ।  ମହିଳାଙ୍କର ପରିବାର ଲୋକ ତାଙ୍କ ପାଖରେ ରହୁ ନଥିବାରୁ, ସେ ଏକା ରହୁଥିଲେ । ଏହି ସୁଯୋଗରେ ଡ଼ାକ୍ତର ତାଙ୍କୁ ଏକ ସରପ୍ରାଇଜ ପାର୍ଟିଦେବାକୁ ଡ଼ାକିଥିଲେ । ସରପ୍ରାଇଜ ପାର୍ଟିରେ ଡ଼ାକ୍ତର ତାଙ୍କୁ ଥଣ୍ଡାପାନୀୟରେ କିଛି ନିଶାଦ୍ରବ୍ୟ ଦେଇଥିଲେ । ମହିଳା ଅଚେତ ହୋଇଯିବାବେଳେ ଡ଼ାକ୍ତର ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏହି ଶାରୀରିକ ସଂପର୍କ ରଖିବାବେଳେ ଆପତ୍ତିଜନକ ସମୟର କିଛି ଫଟୋ ଉଠାଇବା ସହ ଭିଡ଼ିଓ ମଧ୍ୟ ସୁଟିଂ କରିଥିଲେ । ମହିଳାଙ୍କ ଅଗୋଚରରେ ଏସବୁ ହୋଇଥିବା କଥା ଥାନାରେ ଏତାଲା ଦେବା ସମୟରେ କହିଛନ୍ତି ।

ଡ଼ାକ୍ତର ଅନିମେଶ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୁଟିଂ କରି ନିଜ ମୋବାଇଲରେ ରଖିଥିଲେ । ଏହାକୁ ଦେଖାଇ ସେ ଦେଢ଼ବର୍ଷ ହେଲା ଦୁଷ୍କର୍ମ କରୁଥିବା କହିଛନ୍ତି । ମହିଳା ଏକାଥିବାରୁ ଡ଼ାକ୍ତର ନିଶାଗ୍ରସ୍ତ ଅବସ୍ଥାରେ ଆସି ସବୁବେଳେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ମହିଳା ସଂପର୍କ ରଖିବାକୁ ମନାକରୁଥିଲେ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାକୁ ଧମକାଉଥିଲେ । ମହିଳା ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଯିବା ଭୟରେ ସଂପର୍କ ରଖିବାକୁ ବାଧ୍ୟ ହେଉଥିଲେ ।

ଡ଼ାକ୍ତରଙ୍କ ଅତ୍ୟାଚାର ବଢ଼ିଯିବାରୁ ଅତିଷ୍ଠହୋଇ ଥାନାରେ ଅଭିଯୋଗ କରିବା କଥା କହିଛନ୍ତି । ଲୁଧିଆନା ପୋଲିସ ଡ଼ାକ୍ତରଙ୍କୁ ଏହି ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts