ଆଇଏସ୍ ଆତଙ୍କବାଦୀଙ୍କ ପାଇଁ ଆପ୍ ତିଆରି କରୁଥିବା ଡାକ୍ତର ଗିରଫ

Published By : Prameya-News7 Bureau | August 19, 2020 IST

ବେଙ୍ଗାଲୁରୁ ୧୯/୦୮ : ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ ବେଙ୍ଗାଲୁରୁର ଜଣେ ଆଖି ଡାକ୍ତରଙ୍କୁ ଆଇଏସ ସମ୍ବନ୍ଧରେ ଗିରଫ କରିଛି | ଚିକିତ୍ସକ ଆଇଏସ ଆତଙ୍କବାଦୀଙ୍କ ପାଇଁ ମେଡିକାଲ ଏବଂ ଅନ୍ୟ ଆପ ତିଆରି କରୁଥିଲେ |

ମଙ୍ଗଳବାର ଦିନ ଅଧିକାରୀ କହିଛନ୍ତି ଯେ ଡାକ୍ତର ଅବଦୁର ରହମାନକୁ ସୋମବାର ଦିନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP) ମାମଲା ଯାଞ୍ଚ ପାଇଁ ହେପାଜତକୁ ନିଆଯାଇଛି | ୨୮ ବର୍ଷ ବୟସ୍କ ରହମାନ ବେଙ୍ଗାଲୁରୁ ଏମଏସ ରମେୟା କଲେଜରେ କାର୍ଯ୍ୟରତ |

ଏନଆଇଏ ପ୍ରବକ୍ତା ସୋନିଆ ନାରଙ୍ଗ କହିଛନ୍ତି ଯେ ଅବଦୁର ରହମାନ ଆହତ ହୋଇଥିବା ଆଇଏସଆଇଏସ କ୍ୟାଡରର ସାହାଯ୍ୟ ପାଇଁ ମେଡିକାଲ ଆପ ତଥା ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ଆପ ବିକଶିତ କରିବା ପ୍ରକ୍ରିୟାରେ ଥିଲେ | ରହମାନ ଗିରଫ ହେବାପରେ ଏନଆଇଏ ରହମାନର ୩ ପରିସରର ତଲାସୀ ନେଇଥିଲେ ଏବଂ ଡିଜିଟାଲ ଉପକରଣ, ମୋବାଇଲ ଫୋନ, ଲାପଟପ ଆଦି ଜବତ କରିଛି | ନାରଙ୍ଗ କହିଛନ୍ତି ଯେ ପଚରାଉଚୁରା ବେଳେ ଅଭିଯୁକ୍ତ ରହମାନ ସ୍ୱୀକାର କରିଛି ଯେ ସେ ସାମୀ ଓ ସିରିୟା ସ୍ଥିତ ଆଇଏସର ଅନ୍ୟ ସଦସ୍ୟଙ୍କ ସହିତ ମିଶି ଇସ୍ଲାମିକ ଷ୍ଟେଟର ଗତିବିଧିକୁ ଆଗକୁ ବଢାଇବା ପାଇଁ ଷଡଯନ୍ତ୍ର ରଚୁଥିଲା | 

ତଦନ୍ତ ସମୟରେ ଏନଆଇଏ ଜାଣିବାକୁ ପାଇଥିଲା ଯେ ରହମାନ ୨୦୧୪ ମସିହାରେ ୧୦ ଦିନ ପାଇଁ କଥିତ ଭାବେ ସିରିୟା ଗସ୍ତରେ ଯାଇଥିଲା | ସେତେବେଳେ ସେ ଆତଙ୍କବାଦୀଙ୍କ ଚିକିତ୍ସା ପାଇଁ ଆଇଏସଆଇଏସର ଏକ ଚିକିତ୍ସା ଶିବିରକୁ ଯାଇଥିଲେ | କିଛି ଦିନ ପରେ ଭାରତ ଫେରି ଆସିଥିଲେ |

ଆଇଏସକେପି ମାମଲା ୨୦୨୦ ମାର୍ଚ୍ଚ ମାସରେ ଦିଲ୍ଲୀର ଓଖଲା ବିହାର, ଜାମିଆ ନଗରରୁ କାଶ୍ମିରୀ ଦମ୍ପତ୍ତି ଗିରଫ ହେବାପରେ ଦିଲ୍ଲୀ ପୋଲିସ ବିଶେଷ ପ୍ରକୋଷ୍ଠରେ ରୁଜ୍ଜୁ କରିଥିଲା | ଦମ୍ପତ୍ତିଙ୍କ ସମ୍ବନ୍ଧ ଆଇଏସକେପିରୁ ଥିଲେ ଯିଏ ଆଇଏସଆଇଏସ ସହ ସମ୍ବନ୍ଧ ସମୂହ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.