ପ୍ରେମିକାକୁ ହୋଟେଲ ରୁମରେ ହତ୍ୟାକଲେ ଡ଼ାକ୍ତର, ପ୍ରେମିକା ନାଁରେ ନିଜେ ଲେଖିଲେ ସୁସାଇଡ଼ ନୋଟ

Published By : Prameya-News7 Bureau | January 31, 2019 IST

ଲକ୍ଷ୍ନୌ ୩୧/୧- ଚରିତ୍ରକୁ ସନ୍ଦେହ କରି ଡ଼ାକ୍ତର ପ୍ରେମିକ ନର୍ସ ପ୍ରେମିକାକୁ କଲା ହତ୍ୟା ।  ହତ୍ୟା କଲାପରେ ହୋଟେଲ ରୁମକୁ ବାହାରୁ ଚାବି ଦେଇ ହେଲା ଫେରାର ।

ଏଭଳି ଘଟଣା ଘଟିଛି ଲକ୍ଷ୍ନୌର ଫୈଜାବାଦରେ । ଜଣେ ଆୟୁଷ ଡ଼ାକ୍ତର କରିଛନ୍ତି ଏହିଭଳି କାରନାମା । ହୋଟେଲରୁ ଶବ ଉଦ୍ଧାର କରି ପୋଲିସ ଡ଼ାକ୍ତରଙ୍କ ନାଁରେ କରିଛି ହତ୍ୟା ମାମଲା ରୁଜୁ ।

ଘଟଣା ଏମିତି, ଡ଼ାକ୍ତର ରାଜେଶ ତ୍ରିପାଠୀ ଓ ପ୍ରେମିକା ତଥା ନର୍ସ ସମତା ଜାନୁଆରୀ ୨୬ ତାରିଖ ସଂଧ୍ୟା ୭.୩୦ରେ ରହିବା ପାଇଁ ହୋଟେଲରେ ପହଂଚିଥିଲେ । ଡ଼ାକ୍ତର ନିଜର ଜଣେ ସଂପର୍କୀୟ ଭଉଣୀ ବୋଲି ପରିଚୟ ଦେଇ ହୋଟେଲରେ ରହିଥିଲେ । ତା ପରଦିନ ଡ଼ାକ୍ତର ହୋଟେଲରୁ ଚେକ ଆଉଟ ନ ନେଇ ରୁମକୁ ବାହାରୁ ଚାବି ପକାଇ ବାହାରି ଯାଇଥିଲେ । ହୋଟେଲ କର୍ମଚାରୀଙ୍କୁ  ଏବାବଦରେ  ଡ଼ାକ୍ତର କିଛି କହି ନଥିଲେ ।  ହୋଟେଲ କର୍ମଚାରୀ ସିସିଟିଭି ଦେଖି ଜାଣିଲେ ଡ଼ାକ୍ତର ସକାଳେ ୧୧ଟାରୁ ଚାଲିଯାଇଥିଲେ । ଏହି ଘଟଣାପରେ ହୋଟେଲ କର୍ମଚାରୀଙ୍କ ସନ୍ଦେହ ଆସିଥିଲା । ସେମାନେ ହୋଟେଲ କବାଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ବାଥରୁମରେ ଭଉଣୀ ବୋଲି ପରିଚୟ ଦେଇ ରହିଥିବା ଯୁବତୀଙ୍କ ଶବ ପଡ଼ିଥିଲା ।

ଏହି ଘଟଣାକୁ ପୋଲିସକୁ ଅବଗତ କରାଇଥିଲେ ହୋଟେଲ କର୍ମଚାରୀ । ପୋଲିସ ଶବକୁ ଜବତ କରି ଆରମ୍ଭ କରିଥିଲା ଯାଂଚ ପ୍ରକ୍ରିୟା ।

ମୃତ ଯୁବତୀ ଜଣେ ନର୍ସ ଥିବା କଥା ପୋଲିସ କହିଛି । ସମତା ନାମକ ସେହି ଯୁବତୀ ମାଣିକପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଷ୍ଟାଫନର୍ସ ଭାବେ କାର୍ଯ୍ୟ କରୁଥିଲେ । ସେ ୨୦୧୬ ମସିହା  ଜାନୁଆରୀ ମାସ ୧୧ ତାରିଖରେ ଚାକିରିରେ ଯୋଗ ଦେଇଥିଲେ ।

ସେହି ହସପିଟାଲରେ ମଧ୍ୟ ଆୟୁଷ ଡ଼ାକ୍ତର ଭାବେ ରାଜେଶ ଯୋଗ ଦେଇଥିଲେ । ରାଜେଶ ଓ ସମତା ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ସେମାନେ ବିବାହ କରିବାକୁ ମଧ୍ୟ ପରସ୍ପରକୁ କଥା ଦେଇଥିଲେ । ଏହି ବାହାନାରେ ସେମାନେ ମଧ୍ୟ ଅନେକ ସମୟ ବାହାରେ ଶାରୀରିକ ସଂପର୍କ ରଖୁଥିବା କଥା କହିଛନ୍ତି ଡ଼ାକ୍ତର ।

ଘଟଣା ରାତିରେ ସେମାନେ ଉଭୟ ହୋଟେଲ ଭିତରେ ପ୍ରବଳ ମଧ୍ୟପାନ କରିଥିଲେ  । ତା ପରେ ସେମାନଙ୍କ ଭିତରେ ସମତାର ଚରିତ୍ରକୁ ନେଇ ହୋଇଥିଲା ପାଟିତୁଣ୍ଡ । ଏହି ପାଟିତୁଣ୍ଡକୁ ନେଇ ସମତାକୁ ଓଢ଼ଣୀରେ ବେକ ଚିପି ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ଵୀକାର କରିଛନ୍ତି । ସେ ମଧ୍ୟ ସମିତା ନାଁରେ ନିଜେ ସୁସାଇଡ଼ ନୋଟ ଲେଖି ହୋଟେଲର ରୁମ ଭିତରେ ପକାଇଦେଇଥିବା କଥା କହିଛନ୍ତି ଡ଼ାକ୍ତର ।

ଏହି ଘଟଣାରେ ଡ଼ାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.