Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ପ୍ରେମିକାକୁ ନେପାଳ ନେଇ ପାହାଡ଼ ଉପରୁ ଫିଙ୍ଗିଦେଲା ଡାକ୍ତର; ଧରା ନପଡିବା ପାଇଁ ମୋବାଇଲ ଅନ ରଖି ପୋଲିସକୁ କରୁଥିଲା ପଥଭ୍ରଷ୍ଟ

24/12/2018 at 1:33 PM

ଗୋରଖପୁର ୨୪/୧୨ : ନେପାଳରେ ପ୍ରେମିକାକୁ ହତ୍ୟା କରିଥିବା ଗୋରଖପୁରର ଡାକ୍ତର ଡିପି.ସିଂହ ଏବଂ ତାଙ୍କର ଦୁଇଜଣ ସଜାହୋଗୀଙ୍କୁ ଏସଟିଏଫ ଗିରଫ କରିଛି | ହତ୍ୟାକାଣ୍ଡ ୬ ମାସ ପୂର୍ବରୁ ଘଟିଥିଲା | ଡାକ୍ତରଙ୍କ ପ୍ରେମିକା ନିଜ ସ୍ୱାମୀ ସଂଗେ ଘରକୁ ଫେରୁଥିଲେ | ରାସ୍ତାରେ ଭୈରହବା ବିକତାରେ ଡାକ୍ତର ପ୍ରେମିକାକୁ ଅପହରଣ କରିନେଇଥିଲେ | ପ୍ରେମିକାକୁ ଅପହରଣ କରି ପୋଖରା ନେଇଯାଇଥିଲେ | ପୋଖରାରେ ପ୍ରେମିକାକୁ ନିଶା ଔଷଧ ଖୁଆଇ ପାହାଡ ଉପରୁ ତଳକୁ ଫିଙ୍ଗି ଦେଇଥିଲେ | ହତ୍ୟାକାଣ୍ଡ ପରେ ଡାକ୍ତର ଦୁଇ ସହଯୋଗୀଙ୍କ ସହ ଗୋରଖପୁର ଫେରି ଆସିଥିଲେ | ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି |


ଏସଟିଏଫ ଆଇଜି ଅମିତାଭ ୟସଙ୍କ ସୂଚନା ମୁତାବିକ, ଜୁନ ୫ ତାରିଖରେ ନେପାଳ ପୋଖରାରୁ ପାହାଡ ତଳୁ ଜଣେ ଭାରତୀୟ ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଥିଲା | ହତ୍ୟା ପ୍ରମାଣ ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା | ଯାଞ୍ଚରୁ ଜଣାପଡିଥିଲା ଯେ, ମୃତ ମହିଳା ବିଛିଆ କଲୋନୀରେ ରହୁଥିବା ରାଜେଶ୍ୱରୀ ଶ୍ରୀବାସ୍ତବ ଓରଫ ରାକ୍ଷୀ | ରାକ୍ଷୀ ଜୁନ ୪ତାରିଖରୁ ନିଖୋଜ ଥିଲେ | ରାକ୍ଷୀଙ୍କ ଭାଇ ଅମର ପ୍ରକାଶ ସାହାପୁର ଥାନାରେ ରାକ୍ଷୀଙ୍କ ସ୍ୱାମୀ ମନୀଷ ଶ୍ରୀବାସ୍ତବଙ୍କ ବିରୋଧରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ |


ପୋଲିସ ସୂତ୍ରରୁ ଜଣାପଡିଥିଲା ଯେ, ରାକ୍ଷୀ ସ୍ୱାମୀଙ୍କ ସହ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ | ଫେରିବା ବାଟରେ ଭୈରହବା ଠାରେ ଆର୍ଯ୍ୟନ ହସ୍ପିଟାଲର ଡାକ୍ତର ଡିପି ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା | କୌଶଳକ୍ରମେ ହସ୍ପିଟାଲର ଦୁଇ କର୍ମଚାରୀଙ୍କ ସହାୟତାରେ ଡାକ୍ତର ରାକ୍ଷୀଙ୍କୁ ଅପହରଣ କରି ପୋଖରା ନେଇଯାଇଥିଲା | ସେଠାରେ ରାକ୍ଷୀକୁ ନିଶା ଔଷଧ ଖୁଆଇ ତାଙ୍କୁ ପାହାଡ ଉପରକୁ ନେଇଯାଇଥିଲା ଏବଂ ତଳକୁ ଫିଙ୍ଗି ଦେଇଥିଲା | ଗତ ଶୁକ୍ରବାର ପୋଲିସ ଡାକ୍ତର ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା | ଗିରଫ ପରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଥିଲେ |


ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ଡାକ୍ତର ଡିପି ସିଂହ ଗୋଣ୍ଡାର ଏକ ମନ୍ଦିରରେ ରାକ୍ଷୀଙ୍କ ସହ ପ୍ରେମ ବିବାହ କରିଥିଲେ | ବିବାହ ପରେ ସେ ଘର ଭଡା ନେଇ ରହୁଥିଲେ | ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା | ଫଳରେ ରାକ୍ଷୀ ଡାକ୍ତରଙ୍କ ଠାରୁ ଅଲଗା ହୋଇଯାଇଥିଲେ | ଏହାପରେ ରାକ୍ଷୀ ସ୍ୱାମୀଙ୍କ ବିରୋଧ ଦୁଷ୍କର୍ମ ମାମଲା ଦାଏର କରିଥିଲେ | ସାହାପୁର ବିଛିଆ କଲୋନୀରେ ରାକ୍ଷୀ ଏକା ରହୁଥିଲେ | ମୁକଦ୍ଦମା ବେଳେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଲା | ଏହାପରେ ରାକ୍ଷୀ ୨୦୧୬ ମସିହାରେ ମନୀଷ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ | ଜୁନ ୧ ତାରିଖରେ ରାକ୍ଷୀ ମନୀଷଙ୍କ ସହ କାଠମାନଦୀ ଯାଇଥିଲେ | କାଠମାଣ୍ଡୁ ଯାଇଥିବା ଖବର ରାକ୍ଷୀ ପୂର୍ବତ୍ତନ ସ୍ୱାମୀକୁ ଦେଇଥିଲେ | ତା’ଛଡା ପୂର୍ବତ୍ତନ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ କହିଥିଲେ | ଫେରିବା ବାଟରେ ସାଙ୍ଗକୁ ସାକ୍ଷାତ କରିବା ବାହାନାରେ ସେ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ହସ୍ପିଟାଲ ଯାଇଥିଲେ |


ରାକ୍ଷୀଙ୍କ ପହରଣ ପରେ ମନୀଷ ଦୁଇ ଦିନ ପର୍ଯ୍ୟନ୍ତ ଭୈରହବାରେ ତାଙ୍କୁ ଖୋଜାଖୋଜି କରିଥିଲେ | କିନ୍ତୁ ରାକ୍ଷୀଙ୍କର କୌଣସି ପତ୍ତା ମିଳିନଥିଲା | ଘରକୁ ଫେରି ମନୀଷ ରାକ୍ଷୀଙ୍କ ନିଖୋଜ ଥିବା ଖବର ରାକ୍ଷୀଙ୍କ ଭାଇଙ୍କୁ ଦେଇଥିଲେ | ରାକ୍ଷୀଙ୍କ ଭାଇ ଓଲଟା ମାମଲା ତାଙ୍କ ସ୍ୱାମୀଙ୍କ ନାଁରେ କରିଥିଲେ | ମାମଲା ରୁଜ୍ଜୁ ହେବାପରେ ସାହାପୁର ପୋଲିସ ଘଟଣାର ତଦନ୍ତ କରୁଥିଲା |


ରାକ୍ଷୀକୁ ହତ୍ୟା କରିବା ପରେ ଡାକ୍ତର ରାକ୍ଷୀଙ୍କ ଫୋନ ନିଜେ ରାକ୍ଷୀ ପକେଇଥିଲା | ପୋଲିସକୁ ପଥଭ୍ରଷ୍ଟ କରିବା ପାଇଁ ରାକ୍ଷୀଙ୍କ ଫୋନକୁ ଗୁଆହାଟୀ ପଠେଇଦେଇଥିଲେ | ଅକ୍ଟୋବର ୪ ତାରିଖ ଯାଏଁ ରାକ୍ଷୀଙ୍କ ମୋବାଇଲ ଏକ୍ଟିଭ ଥିଲା | ଯାଞ୍ଚରୁ ପୋଲିସ ଭାବିଥିଲା ଯେ, ରାକ୍ଷୀ ଗୁଆହାଟୀରେ ଅଛନ୍ତି | ଅକ୍ଟୋବର ୫ ତାରିଖରେ ମୋବାଇଲ ବନ୍ଦ ହୋଇଯାଇଥିଲା | ମୋବାଇଲ ବନ୍ଦ ହେବା ପରେ ପୋଲିସ ତଦନ୍ତ ଜୋର ଧରିଥିଲା ଏବଂ ଘଟଣା ସାମ୍ନାକୁ ଆସିଥିଲା |

   Related Posts