Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଡାକ୍ତରଙ୍କ ଜାଲ୍ ସାର୍ଟିଫିକେଟ୍ -ଅପରାଧିଙ୍କୁ ଜାମିନ୍, ଧରାପଡିଲା ରାକେଟ୍, କୋର୍ଟ ମାଗିଲେ ରିପୋର୍ଟ

2/07/2020 at 5:39 PM

ନୂଆଦିଲ୍ଲୀ, ୦୨|୦୭:  ଅପରାଧୀଙ୍କୁ ଜାଲିଆତି କରି ମେଡିକାଲ ସାର୍ଟିଫିକେଟ୍ ଦେଉଥିଲେ ଡାକ୍ତର । ଫଳରେ ଜାମିନ ମିଳିବାରେ ଅପରାଧୀଙ୍କୁ ସହଜ ହେଉଥିଲା । ଏହି ରାକେଟର ପର୍ଦ୍ଦାଫାଶ ହେବା ପରେ ଦିଲ୍ଲୀ ମେଡିକାଲ କାଉନସିଲ୍ ତରଫରୁ ସଂପୃକ୍ତ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି ।

ଏପରି ଅସାଧୁ ବ୍ୟବସାୟ କରୁଥିବା ଡାକ୍ତର ହେଲେ ଗଜେନ୍ଦ୍ର ନାୟାର । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧୬ ପୂର୍ବରୁ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି । ତେବେ ଗଜେନ୍ଦ୍ରଙ୍କୁ ଗିରଫ କରାଯାଇ ନାହିଁ ।

ଗଜେନ୍ଦ୍ର ଅବ୍ଦୁଲ ରେହମାନ ନାମକ ଜଣେ ଅଭିଯୁକ୍ତଙ୍କୁ ସହାୟତା ପ୍ରଦାନ କରିଥିଲେ । ଅବ୍ଦୁଲ ଏକ ହତ୍ୟାକାଣ୍ଡରେ  ଅଗଷ୍ଟ ୨୦୧୯ର ଗିରଫ ହୋଇଥିଲେ । ତାଙ୍କୁ ଜାମିନ ମିଳୁନଥିଲା । କିନ୍ତୁ ଗତ ମେ ୮ରେ ଅବ୍ଦୁଲଙ୍କୁ ଜାମିନ ମିଳିଥିଲା । ସେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟଜନିତ କାରଣ ପାଇଁ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇଥିଲେ । ଏପରିକି ସେ ତାଙ୍କ ପତ୍ନୀଙ୍କ ଜାଲ ମେଡିକାଲ ସାର୍ଟିଫିକେଟ୍ କୋର୍ଟରେ ପ୍ରଦାନ କରି ଜାମିନ ପାଇଥିଲେ ।

ଗଜେନ୍ଦ୍ର ଦିଲ୍ଲୀର ଏନସି ହସ୍ପିଟାଲ ଓ କେଏସ ନର୍ସିଂହୋମରେ କାମ କରୁଥିଲେ । ପୋଲିସ ଏହି ଦୁଇଟି ହସ୍ପିଟାଲରେ ତଦନ୍ତ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଛି । କେବଳ ଅବ୍ଦୁଲ ନୁହେଁ ଗଜେନ୍ଦ୍ର ଏପରି ଅନେକ ଅପରାଧିଙ୍କୁ ଜାଲ୍ ମେଡିକାଲ ସାର୍ଟିଫିକେଟ୍ ପ୍ରଦାନ କରି ଜାମିନ ମିଳିବାରେ ସହାୟତା କରିଛନ୍ତି ।

   Related Posts