ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଡାକ୍ତର, ଦ୍ୱିତୀୟ ଡୋଜ୍ ନେଇ ମଧ୍ୟ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | March 07, 2021 IST

ରାଉରକେଲା,୦୭/୦୩: ଟିକା ନେବା ପରେ କରୋନା ପଜିଟିଭ୍ ହେଲେ ଡାକ୍ତର । ଟିକାର ଉଭୟ ଡୋଜ୍ ନେବା ପରେ ବି ହେଲେ ସଂକ୍ରମିତ । ଏପରି ଘଟଣା ସାମ୍ନାକୁ ଆସିଛି ରାଉରକେଲାରେ ।  ଡାକ୍ତରଜଣଙ୍କ ପଜିଟିଭ୍‌ ହେବା ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଆରଜିଏଚ୍‌ରେ ଡିଏମ୍‌ଏଫ୍‌ ପାଣ୍ଠିରୁ କାର୍ଯ୍ୟରତ ଜଣେ ୭୧ ବର୍ଷ ବୟସର ଡାକ୍ତର କରୋନା ଯୋଦ୍ଧା ଭାବେ ଗତ ଜାନୁଆରୀ ୧୬ ତାରିଖ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । ଏହାପରେ ସେ ଦ୍ୱିତୀୟ ଡୋଜ୍ ଫେବ୍ରୁଆରୀ ମାସ ୧୫ ତାରିଖ ନେଇଥିଲେ ।

ତେବେ ଫେବୃଆରୀ ମାସ ଶେଷ ଆଡକୁ ତାଙ୍କୁ ଥଣ୍ଡା ନ ଛାଡିବାରୁ ସେ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ୍‌ ପଠାଇଥିଲେ । ଗତ ୪ ତାରିଖ ଦିନ ତାଙ୍କର କୋଭିଡ ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା । ବର୍ତ୍ତମାନ ସେ ଘରେ ଚିକିତ୍ସାଧିନ ଅଛନ୍ତି । ଏହି ଖବର ପ୍ରଚାର ହେବା ପରେ ସହରରେ ଆଲୋଡନ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.