Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପାକିସ୍ତାନର ଲରକାନା ଏବେ ଏଚଆଇଭି ଏଡସ୍ ଆକ୍ରାନ୍ତଙ୍କ ଗାଁ, ୫ଶହ ଗ୍ରାମବାସୀଙ୍କ ଜୀବନ ନର୍କ କରିଦେଇଛନ୍ତି ଡାକ୍ତର

19/05/2019 at 5:23 PM

ସିନ୍ଧ ୧୯।୫:  ପାକିସ୍ତାନ ପଶ୍ଚିମ ସିନ୍ଧ ପ୍ରୋଭିନ୍ସର ଏକ ଗାଁରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଦେହରେ ଶିହରଣ ଖେଳିଯିବ। ଡାକ୍ତରଙ୍କ ପାଖକୁ ଚିକିତ୍ସା ହେବାକୁ ଯାଇ ଏଚଆଇଭି ଏଡସ୍ ଇଞ୍ଜେକ୍ସନ ନେଇଛନ୍ତି ୫ଶହରୁ ଅଧିକ ରୋଗୀ। ଏମାନଙ୍କ ମଧ୍ୟରେ ଶିଶୁ, କିଶୋର, ମହିଳା, ଯୁବକ ଓ ବୃଦ୍ଧମାନେ ବି ଅଛନ୍ତି । ପୁରା ଗାଁ ଏବେ ଏଡସ ରୋଗୀଙ୍କ ଗାଁରେ ପରିଣତ ହୋଇଥିବା ବେଳେ ଲୋକେ ମୃତ୍ୟୁର ଦିନ ଗଣୁଛନ୍ତି। ପୋଲିସ ଡାକ୍ତରଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଏବେ ପଚରା ଉଚରା କରାଯାଉଛି।  

ପଶ୍ଚିମ ସିନ୍ଧ ପ୍ରୋଭିନ୍ସର ଲରକାନା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗାଁର ରହମାନ ବିବି ନାମ୍ନୀ ଜନୈକା ମହିଳା ତାଙ୍କର ୧୦ ବର୍ଷର ପୁଅକୁ ଜ୍ବର ହେବାରୁ ଗାଁରେ ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତର ମୁଜାଫରଙ୍କ ନିକଟକୁ ନେଇଯାଇଥିଲେ। ଜ୍ବର ବିଶେଷ ନଥିଲା। ଡାକ୍ତର କିଛି ଔଷଧ ଲେଖି ଦେବା ସହ ଶିଶୁକୁ ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ପୁଅ ତାଙ୍କର ସୁସ୍ଥ ହୋଇଯାଥିଲା। ହେଲେ ଗାଁରେ ଏଡସ୍ ବ୍ୟାପୀଥିବା ନେଇ ମହିଳା ଜାଣିବା ପରେ ତାର ରକ୍ତ ପରୀକ୍ଷା କରାଇବା ବେଳକୁ ସେ ଏଡସ୍ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କେବଳ ମହିଳାଙ୍କ ପୁଅ ଅଲ୍ଲି ରାଜା ନୁହଁନ୍ତି ଗାଁର ୪୮୦ ଜଣ ତା ଭଳି ଶିଶୁ ଓ ୧୦୦ଜଣ ବୟସ୍କ ଯେଉଁମାନେ ଜ୍ବର ହେବା ଯୋଗୁ ଡାକ୍ତର ମୁଜାଫରଙ୍କ ନିକଟକୁ ଯାଇଥିଲେ ସେମାନେ ସମସ୍ତେ ଏବେ ଏଡସ୍ ଆକ୍ରାନ୍ତ ।

ଘଟଣା ପ୍ରଘଟ ହେବା ପରେ ସିନ୍ଧପ୍ରାନ୍ତର ଏଡସ କଣ୍ଟ୍ରୋଲ କାର୍ଯ୍ୟକ୍ରମ ମୁଖ୍ୟ ସିକନ୍ଦର ମେମନ ଗାଁରେ କ୍ୟାମ୍ପ କରି ପରୀକ୍ଷା ନିରିକ୍ଷା କରିଛନ୍ତି। ପରୀକ୍ଷା ପରେ ଗାଁର ୪୮୦ ନୁହଁନ୍ତି ୪୧୦ ଜଣ ଶିଶୁ ଓ ୧ଶହ ବୟସ୍କ ଏଚଆଇଭି ଆକ୍ରାନ୍ତ ବୋଲି କହିଛନ୍ତି ମେମନ୍। ଏଥିପାଇଁ ସମ୍ପୃକ୍ତ ଅ଼ଞ୍ଚଳର ୧୩ ହଜାର ୮ଶହ ଶିଶୁ, ମହିଳା ଓ ପୁରୁଷଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ତେବେ ଡାକ୍ତର ମୁଜାଫର ଏଭଳି କାହିଁକି କଲେ ତାହା ସ୍ପଷ୍ଟ ହୋଇ ନାହିଁ। ସେପଟେ ଦେଶରେ ସଂକ୍ରମିତ ସିରିଞ୍ଜ ବ୍ୟବହାର ଯୋଗୁ ଏଚଆଇଭି ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ କହିଛନ୍ତି ।ଏବେ ପାକିସ୍ତାର ଲରକାନା ଗାଁ ସମେତ ସାରା ଦେଶରେ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାରରେ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛନ୍ତି।  

   Related Posts