Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆକଶ ମଝିରେ ବିମାନରେ ମୁତ୍ରାଶୟରୁ ମୁତ୍ର ଶୋଷି ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

22/11/2019 at 4:39 PM

ବେଜିଂ – ଡାକ୍ତରଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। ଆଜି କାଲି ଅନେକ ଡାକ୍ତର ଟଙ୍କା ରୋଜଗାର ପାଇଁ ଏହି ପବିତ୍ର କାର୍ଯ୍ୟକୁ ଏକ ପ୍ରକାର ବ୍ୟବସାୟରେ ପରିଣତ କରିଛନ୍ତି । ହେଲେ ଆଜି କାଲି ଦୁନିଆଁରେ କେତେଜଣ ଦେବ ତୁଲ୍ୟ ଲୋକ ରହିଛନ୍ତି ।

ଏପରି ଏକ ଘଟଣା ଏକି ବିମାନରେ ଦେଖିବାକୁ ମିଳିଥିଲା । ଝାଙ୍ଗ ହୋଙ୍ଗ ନାମକ ଚୀନ୍‌ ଡାକ୍ତର ଆକାଶ ମଝିରେ ବିମାନରେ ଜଣେ ବୟସ୍କ ରୋଗୀଙ୍କର ଜୀବନ ବଞ୍ଚାଇଛନ୍ତି । ଆକାଶ ମଝିରେ ବିମାନ ମଧ୍ୟରେ ଯାତ୍ରା କରୁଥିବା ବୟସ୍କ ରୋଗୀଙ୍କର ଝାଳ ବାହାରିଥିଲା । ସେ ପରିଶ୍ରା କରି ପାରି ନଥିଲେ । ଏଥିପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ । ସେହି ବିମାନରେ ଜଣେ ଡାକ୍ତର ଥିଲେ । ସେ ତୁରନ୍ତ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ପାଇଁ ଆଗେଇ ଆସିଥିଲେ । ବିମାନରେ ପ୍ରାୟ ୩୭ ମିନିଟ୍‌ କାଳ ଚିକିତ୍ସା ଚାଲିଥିଲା । ବ୍ୟକ୍ତିଙ୍କ ବ୍ଲାଡର ବା ମୁତ୍ରାଶୟରୁ ପ୍ରାୟ ୮୦୦ ମିଲି ପରିଶ୍ରାକୁ ସେ ଶୋଷି କରି କାଢିଥିଲେ ।

ସଦର୍ଣ୍ଣ ଚାଇନା ଏୟାରଓ୍ୱେଜ୍‌ ଫ୍ଲାଇଟ୍‌ରେ ଏହି ଘଟଣା ଘଟିଥିଲା । ଏହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁ ମାତ୍ରାରେ ସେୟାର ହୋଇଛି । ସମସ୍ତେ ଡାକ୍ତରଙ୍କ ଏହି କାମକୁ ପ୍ରଶଂସା କରିଛନ୍ତି ।

   Related Posts