Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଡାକ୍ତର ମୃତ ଘୋଷଣା କରିଥିବା ବ୍ୟକ୍ତି ବଞ୍ଚିଗଲେ ଶ୍ମଶାନରେ, ତା ପରେ ହେଲା ଏମିତି…

16/07/2019 at 4:38 PM

ଲକ୍ଷ୍ମୌ୧୭|୭: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଏକ ଲୋମ ଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଲକ୍ଷ୍ମୌର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରି ଦେଇଥିଲେ। ଡାକ୍ତରଙ୍କ କହିବା ପରେ ଅନ୍ତିମ ଶବ ସଂସ୍କାର କରିବା ପାଇଁ ଯୁବକର ମୃତଦେହକୁ ହସ୍ପିଟାଲରୁ ପରିବାର ଲୋକ ଘରକୁ ନେଇଆସିଥିଲେ। ମୃତ ଯୁବକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଦୀର୍ଘ ଚାରି ଘଣ୍ଟା ପରେ ହଠାତ୍ ଆଖି ଖୋଲି ପାଣି ମାଗିଥିଲେ ।

ଏହିଭଳି ଦୃଶ୍ୟ ଦେଖି ଉପସ୍ଥିତ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଯୁବକ ଆଖି ଖୋଲି ବସିଥିଲେ ଏବଂ ପାଖରେ ଥିବା କପରେ ପାଣି ପିଇଥିଲେ। ହଠାତ ପୂର୍ବଭଳି ସେହି ସ୍ଥାନରେ ଶୋଇ ପଡ଼ିଥିଲେ। ଏହା ଦୃଶ୍ୟ ଦେଖିବା ପରେ ଉପସ୍ଥିତ ଥିବା ଲୋକଙ୍କ ମନରେ ଭୟ ଖେଳି ଯାଇଥିଲା। ଏହିଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିପରେ ପରିବାର ଲୋକ ସ୍ଥାନୀୟ ବଳରାମପୁର ହସ୍ପିଟାଲକୁ ତାଙ୍କୁ ନେଇଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ପୁଣି ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ମିଳିଥିବା ସୂଚନନୁଯାୟୀ, ଅମିନାବାଦ କଲନର ଲାଟ ଗାଁର ଗୁରୁପ୍ରସାଦଙ୍କୁ ପୁଅ ସଞ୍ଜୟ (୨୮)ର ଦେହ ଅସୁସ୍ଥ ହେବାରୁ ଏକ ଘରୋଇ କ୍ଲିନିକରେ ପୁଅକୁ ୪/୫ ଦିନ ପର୍ଯ୍ୟନ୍ତି ଚିକିତ୍ସା କରୁଥିଲେ। ସ୍ବାସ୍ଥ୍ୟବସ୍ଥାର ପରିବର୍ତ୍ତନ ନହେବାରୁ ଶନିବାର ଦିନ ସକାଳ ୧୦ଟାରେ ସ୍ଥାନୀୟ ନିଜି  ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା। ତାପର ଦିନ ଅର୍ଥାତ ରବିବାର ଦିନ ସଞ୍ଜୟଙ୍କୁ ମୃତ ବୋଲି ଡ଼ାକ୍ତର ଘୋଷଣା କରିଥିଲେ। ପରିବାର, ବନ୍ଧୁ ପରିଜନ ଓ ପଡ଼ୋଶୀ ସଞ୍ଜୟଙ୍କୁ ଦେଖିବା ପାଇଁ ଘର ସାମ୍ନାରେ ଭିଡ଼ ଜମାଇଥିଲେ। ସେହି ସମୟରେ  ହଠାତ ସଞ୍ଜୟ ଆଖି ଖୋଲି ପାଣି ମାଗିଥିଲେ। ଏହି ଦୃଶ୍ୟ ଦେଖି ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

   Related Posts