ଅସୁସ୍ଥ ଛାତ୍ରୀଙ୍କ ପାଟିରେ କପଡା ଦେଇ ଡାକ୍ତର ନିର୍ଧୁମ ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | November 30, 2019 IST

କାଲିମେଳା ୩୦।୧୧ - ରୋଗୀଙ୍କୁ ଡାକ୍ତରଙ୍କ ମାଡ । ଅଭିଯେ।ଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ବିରୋଧରେ । 

{"id":192273,"sizeSlug":"large"}

କାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜ୍ୟୋସ୍ନା ନାୟକଙ୍କ ମୁଣ୍ଡ ବୁଲାଇବାରୁ ସ୍କୁଲ ଶିକ୍ଷକ ଓ ସହପାଠୀମାନେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

{"id":192274,"sizeSlug":"large"}

 ସେଠାରେ କାର୍ଯ୍ୟରତ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ପ୍ରଥମେ ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ । ପରେ ଜ୍ୟୋସ୍ନାଙ୍କ ଆଖି ନାକ ଏବଂ ପାଟିରେ କୌଣସି ଏକ ଔଷଧ ଢାଳି ଦେଇଥିଲେ ।

{"id":192275,"sizeSlug":"large"}

ଛାତ୍ରୀ ଜଣକ ପାଟି କରିବାରୁ ତାଙ୍କ ମୁହଁରେ କପଡା ଭର୍ତ୍ତି କରି ନିର୍ଧୁମ ପିଟିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଜଣେ ଡାକ୍ତରଙ୍କ ଏଭଳି ରୋଗୀ ସେବାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ଡାକ୍ତରଙ୍କ ବଦଳି ଦାବି କରିଛନ୍ତି ସ୍ଥାନୀୟ ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.