5T ପ୍ରଭାବ- ଲାଞ୍ଚ ନେଇ ବନ୍ଧା ହେଲେ ଡାକ୍ତର

Published By : Prameya-News7 Bureau | February 14, 2020 IST

ଜୟପୁର ୧୪।୦୨ – ଲାଞ୍ଚ ନେଇ ଗିରଫ ହୋଇଛନ୍ତି  ଜଣେ ଡାକ୍ତର । ମୃତକଙ୍କ ଶବ ବ୍ୟବଚ୍ଛେଦ  ପାଇଁ ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଡାକ୍ତର  ଏସ୍ଏଲ୍ଏନ୍‌ ମେଡିକାଲ୍‌ର ମନୋଜ ଜେନା ବୋଲି ସୂଚନା ମିଳିଛି ।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ଲାଞ୍ଚ ନେଇଥିଲେ ।  ପୂର୍ବରୁ ଏହି ଘଟଣାରେ ଫାଣ୍ଡି ଅଧିକାରୀ ଗିରଫ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡିକୁ ମୁକଳେଇବା ପାଇଁ ସେ ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.