ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଗିରଫ, ସୁନ୍ଦରଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ ଜବାବ ତଲବ କଲେ SC/ST କମିଶନ

Published By : Prameya-News7 Bureau | July 07, 2020 IST

ରାଉରକେଲା ୦୭।୦୭: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା । ଘଟଣାରେ ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶିଷ ବୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାରେ ବୀରମିତ୍ରପୁର ଥାନାର  ମହିଳା କନଷ୍ଟେବଳ ପ୍ରମିଳା ଏକ୍କା ଏବଂ ହୋମ ଗାର୍ଡ ଶରତ ସିଂଙ୍କୁ ମଧ୍ୟ ପଚରାଉଚରା ଚାଲିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁର ଥାନାର ବହିଷ୍କୃତ IIC ଆନନ୍ଦ ମାଝୀଙ୍କୁ ୪ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ  ଟିମ୍ । ତାଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଜେରା ଚାଲିଛି । ଏହି ମାମଲାରେ ୬ଜଣଙ୍କ ନାଁରେ ଏତଲା ଦିଆଯାଇଛି ।

ପୀଡିତାଙ୍କ ଗର୍ଭପାତ କରାଇଥିବା ଡାକ୍ତର ମଧ୍ୟ ସନ୍ଦେହ ଘେରରେ ଥିଲେ । ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଥିଲା । ତେବେ ନ୍ୟୁଜ7ରେ ବାରମ୍ବାର ଖବର ପ୍ରସାରଣ ପରେ ଅଭିଯୁକ୍ତ ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଞ୍ଚ ଅନୁଗଳ ଜଙ୍ଗଲରୁ ଠାବ କରି ଗିରଫ କରିଥିଲା । ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ ପୋଲିସ ଡିଜି । ତେବେ ଏହି ମାମଲାରେ ଆଉ କେଉଁ ମାନଙ୍କ ସଂପୃକ୍ତି ଅଚି ସେନେଇ ଖୋଳତାଡ ଚାଲିଛି । ଏପଟେ ଏହି ମାମଲାରେ ୧୫ଦିନ ଭିତରେ ଜବାବ ରଖିବାକୁ ସୁନ୍ଦରଗଡ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଜବାବ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର SC/ST କମିଶନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.