ମହିଳା ଡାକ୍ତରଙ୍କୁ ନିର୍ମମଭାବେ ହତ୍ୟା କରିଥିଲା ତାଙ୍କ ପୁରୁଷ ବନ୍ଧୁ : ୭ବର୍ଷରୁ ରହିଥିଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ

Published By : Prameya-News7 Bureau | August 20, 2020 IST

ଆଗ୍ରା ୨୦/୮: ଉତ୍ତରପ୍ରଦେଶରେ ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ୍ କଲେଜରୁ ଏମବିବିଏସ ପାସ୍ କରିଥିବା ମହିଳା ଡାକ୍ତରଙ୍କୁ ନୃଶଂସ ଭାବେ ହୋଇଥିବା ହତ୍ୟାର ଖୁଲାସା ହୋଇଯାଇଛି। ମହିଳା ଡାକ୍ତରଙ୍କ ହତ୍ୟା ତାଙ୍କରି ପୁରୁଷ ବନ୍ଧୁ ଡାକ୍ତର କରିଥିଲା ଯିଏ ୭ବର୍ଷରୁ ତାଙ୍କ ସହ ରିଲେସନରେ ଥିଲେ।

{"id":317360,"width":581,"height":296,"sizeSlug":"large"}

 ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀ ନିଜ ବୟାନରେ କହିଛି ଯେ ଯୋଗିତାଙ୍କ ସହ ତାର ଦୀର୍ଘ ୭ ବର୍ଷର ସମ୍ପର୍କ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ସେ ଯୋଗିତାଙ୍କୁ ଭେଟିବାକୁ ଜାଲୌନରୁ ଆଗ୍ରା ଆସିଥିଲା। ଯୋଗିତା କାରରେ ବସିବାରୁ ଉଭୟଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ବିବେକ ଯୋଗିତାଙ୍କ ତଣ୍ଟି ଚିପି ଦେଇଥିଲା। ତାଙ୍କ ମୃତ୍ୟୁ ହୋଇନଥିବା ସନ୍ଦେହ କରି ଗାଡ଼ିରେ ରଖା ହୋଇଥିବା ଛୁରୀ​‌ରେ ବିବେକ ଯୋଗିତାଙ୍କୁ ନିର୍ମମଭାବେ ହତ୍ୟା କରିଥିଲା। ତା’ପରେ ତାଙ୍କ ମୃତଦେହକୁ ଏକ ଖାଲି ପ୍ଲାଣ୍ଟରେ ଫିଙ୍ଗି ଦେଇଥିଲା।

{"id":317361,"width":574,"height":333,"sizeSlug":"large"}

ମଙ୍ଗଳବାର ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ସକାଳେ ମହିଳା ଡାକ୍ତରଙ୍କ ମୃତଦେହ ସହରରୁ ଦୂର ଡୌକି ଥାନା ଅଞ୍ଚଳର ବମରୌଲି  କଟାରାରେ ଏକ ଖାଲି ପ୍ଲାଣ୍ଟରୁ ମିଳିଥିଲା। ପୋଲିସ୍ ମୃତ ଯୁବତୀଙ୍କ ଚିହ୍ନଟ କରିବାକୁ ଉଦ୍ୟମ କରିବାବେଳେ ଏକ ଚାଞ୍ଚଲ୍ୟକର ସତ ସାମନାକୁ ଆସିଥିଲା। ପୋଲିସ ଜାଣିବାକୁ ପାଇଥିଲା ଯେ ମୃତ ଯୁବତୀ ଆଉ କେହି ନଥିଲେ ବରଂ ଏସଏନ ମେଡିକାଲ୍ କଲେଜର ଏମବିବିଏସ୍ ପାସଆଉଟ୍ ଡାକ୍ତର ଯୋଗିତା ଗୌତମ ଥିଲେ।

{"id":317362,"width":578,"height":307,"sizeSlug":"large"}

ଡାକ୍ତର ଯୋଗିତା ଗୌତମ ଦିଲ୍ଲୀ ବାସିନ୍ଦା ଥିଲେ। ତାଙ୍କ ବାପା ଏବଂ ଭାଇ ମଧ୍ୟ ଡାକ୍ତର। ଡାକ୍ତର ଯୋଗିତା ଗୌତମ ମଙ୍ଗଳବାର ବିଳମ୍ବିତ ରାତିରୁ ନିଖୋଜ ଥିଲେ ଏବଂ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିଲା। ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିପାରୁନଥିଲେ।

{"id":317363,"sizeSlug":"large"}

ସକାଳେ ଡାକ୍ତର ଯୋଗିତା ଗୌତମଙ୍କ ବାପା ଏବଂ ଭାଇ ଆଗ୍ରା ପହଞ୍ଚିଥିଲେ। ସେ ଆଗ୍ରାର ଥାନା ଏମଏମ ଗେଟରେ ଝିଅ ନିଖୋଜ ହେବାର ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଉରଇ ଜାଲୌନ ମେଡିକାଲ୍ କଲେଜର ମେଡିକାଲ୍ ଅଫିସର ଡାକ୍ତର ବିବେକ ତିଓ୍ବାରୀ ତାଙ୍କ ଝିଅଙ୍କୁ ସବୁବେଳେ ହଇରାଣ କରୁଥିଲା। ସେ ତାଙ୍କ ଝିଅଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଥିଲା।

 ସୂଚନା ସାମନାକୁ ଆସିବା ପରେ ପୋଲିସ୍ ଡୌକି ଥାନା ଅଞ୍ଚଳରେ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ​‌ଖୋଳତାଡ଼ କରିବାରୁ ଡାକ୍ତର ଯୋଗିତା ଗୌତମଙ୍କ ମୃତ୍ୟୁ ସହ ଜଡ଼ିତ ତଥ୍ୟ ପୋଲିସ ସାମନାରେ ଆସିଥିଲା। ପୋଲିସ୍ ମାମଲାରେ କାର୍ଯ୍ୟାନୁଷ୍ଠାନ କରି ଅଭିଯୁକ୍ତ ଡାକ୍ତର ବିବେକ ତିଓ୍ବାରୀକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.