ସମ୍ବଲପୁରରେ ଡାକ୍ତର ବନାମ ଡାକ୍ତର : ବିଜେଡିର ରାସେଶ୍ବରୀଙ୍କୁ ଫାଇଟ୍ ବିଜେପିର ଅଶ୍ବିନୀ ପୂଜାହାରୀ!

Published By : Prameya-News7 Bureau | February 11, 2019 IST

ସମ୍ବଲପୁର ୧୧|୨: ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କୁ ନେଇ ସମ୍ବଲପୁର ରାଜନୀତି ସରଗରମ । କେଉଁ ଦଳକୁ ଯିବେ, କ’ଣ ହେବ ତାଙ୍କ ରଣନୀତି, ତାକୁ ନେଇ ଜୋରଦାର ଚର୍ଚ୍ଚା । ନିଜ ଦଳରେ ତାଙ୍କୁ  ସାମିଲ୍‌ କରିବାକୁ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଛି। ଏହି ଦୌଡରେ ସବା ଆଗରେ ରହିଛି ବିଜେପି ।

{"id":84165}

ବହୁ ଆଗରୁ ବିଜେପି ପ୍ରଫେସର ପୂଜାହାରୀଙ୍କ ସହ ରହିଥିଲା। ତେଣୁ ସମ୍ବଲପୁରରେ ଯଦି ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ପୁଣି ଥରେ ବିଜେଡି ଟିକେଟ୍‌ ପାଆନ୍ତି ତେବେ, ତାଙ୍କ ବିରୋଧରେ ଆଉ ଜଣେ ଡାକ୍ତରଙ୍କୁ ଠିଆ କରାଇବା ଲକ୍ଷ୍ୟରେ ବିଜେପି ଏହି ପ୍ରଫେସରଙ୍କ ସହ ଯୋଗାଯୋଗରେ ରହିଛି । ଅପେକ୍ଷା ଆସନ୍ତା ୧୫ ତାରିଖକୁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମ୍ବଲପୁର ଗସ୍ତ ସମୟକୁ । ସେଦିନ ପ୍ରଫେସର ଅଶ୍ବିନୀ ପୂଜାହାରୀ ବିଜେପିରେ ସାମିଲ୍‌ ହେବା ସହ, ପଦ୍ମ ଧରିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ବୋଲି କୁହାଯାଉଛି ।

{"id":84166}

ହେଲେ ବରିଷ୍ଠ ବିଜେପି ନେତା ପୂର୍ବରୁ ଏହି କାର୍ଡ ଖୋଲିବା ମୁଡ୍‌ରେ ନାହାଁନ୍ତି। ବୁଲେଇ ବଙ୍କେଇ ସେହି କଥା କହୁଛନ୍ତି, ସବୁ ଭଲଲୋକଙ୍କୁ ବିଜେପି ସ୍ବାଗତ କରିବ । ଇସ୍ତଫା ଦେବାପରେ, ଏବେ ପୁରା ରିଲାକ୍ସ ମୁଡ୍‌ରେ ଥିବା ପ୍ରଫେସର ପୂଜାହାରୀ କିନ୍ତୁ କାର୍ଡ ସୋ କରିବାକୁ ନାରାଜ । କହୁଛନ୍ତି ସମୟ ଆସୁଛି, ସବୁ ସ୍ପଷ୍ଟ ହୋଇଯିବ । ହେଲେ ତାଙ୍କ ନିକଟତମ ମହଲରୁ ସ୍ପଷ୍ଟ ସୂଚନା ମିଳିସାରିଛି ଯେ, ଆସନ୍ତା ୧୫ତାରିଖରେ ପଦ୍ମ ଧରିବେ ଏହି ବରିଷ୍ଠ ଡାକ୍ତର ଆଉ, ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.