ଅଭାବନୀୟ ଘଟଣା: ରୋଗୀ ଦେଖୁ ଦେଖୁ ଟଳି ପଡିଲେ ଡାକ୍ତର

Published By : Prameya-News7 Bureau | May 28, 2019 IST

ବାରିପଦା୨୮|୫: ରୋଗୀ ଦେଖୁ ଦେଖୁ ଟଳି ପଡିଲେ ଡାକ୍ତର। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ। ମୃତ୍ୟୁବରଣ କରିଥିବା ଡ଼ାକ୍ତର ଜଣକ ହେଲେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ରୋଗ ସହାୟକ ରଞ୍ଜନ କୁମାର ମଣ୍ଡଳ। ମୃତକଙ୍କ ଘର ବହଳଦା ଥାନା ଅଧୀନରେ ଥିବା ତାରଣା ଗ୍ରାମରେ।

{"id":117097}

ସୂଚନା ଅନୁସାରେ କିଛି ଚକ୍ଷୁ ରୋଗୀଙ୍କୁ ଦେଖୁଥିବା ସମୟରେ ରଞ୍ଜନ ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ଡାକ୍ତର ଆସି ତାଙ୍କୁ ଦେଖିବା ବେଳକୁ ତାଙ୍କ ମୃତ୍ୟୁ ଘଟିଛି ସାରିଥିଲା। ଡାକ୍ତରଙ୍କ ସୂଚନା ଅନୁଯାୟୀ ମୃତକ ଉଚ୍ଚ ରକ୍ତଚାପ ରୋଗରେ ପିଡୀତ ଥିଲେ ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

{"id":117098}

ସେହିପରି ରାଇରଙ୍ଗପୁର ଡାକ୍ତରଖାନାରେ ଗତ ଶୁକ୍ରବାରଦିନ ରୋଗୀ ଦେଖୁ ଦେଖୁ ଗୌରୀ ସିଂ ନାମକ ଜଣେ ନର୍ସ ମୃତ୍ୟୁ ବରଣ କରିଥିବା ବେଳେ ଠିକ୍ ଚାରିଦିନ ପରେ ରୋଗୀ ଦେଖୁ ଦେଖୁ ଜଣେ ଡାକ୍ତର ଙ୍କ ମୃତ୍ୟୁ କୁ ନେଇଭିତ ରାଇରଙ୍ଗପୁର ଡାକ୍ତରଖାନା ପରିସରରେ ଶୋକ ର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.