Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ସଂକ୍ରମଣରେ ଦେଶରେ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

9/04/2020 at 7:41 PM

ଇନ୍ଦୋର ୯।୪: ଚୀନ ଉହାନରୁ ଉତ୍ପନ ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି ।ଏପରିକି ଭାରତରେ କରୋନା ଲୋକଙ୍କ ରୋଜଗାର ଛଡାଇ ନେଇଛନ୍ତି । ସାରା ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୭୩୪ ଥିବାବେଳେ ଏପର୍ଯ୍ୟନ୍ତ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁରୁବାର ସକାଳେ ଦେଶର ପ୍ରଥମ ଡାକ୍ତରଙ୍କର କୋରାନା ଭାଇରସ୍ ସଂକ୍ରମଣ ହେତୁ ମୃତ୍ୟୁ ହୋଇଛି । କୋଭିଡ-୧୯ କାରଣରୁ ଇନ୍ଦୋର ବାସିନ୍ଦା ଡକ୍ଟର ଶତ୍ରୁଘ୍ନ ପଞ୍ଜୱାନୀଙ୍କ ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ଡକ୍ଟର ପଞ୍ଜୱାନୀ ଗୁରୁବାର ସକାଳ ୪ଟାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କୁହାଯାଏ ଯେ ସେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁନାହାଁନ୍ତି, ତେଣୁ ସେ ନିୟମିତ କିନ୍ତୁ କୋଭିଡ-୧୯ ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ମଧ୍ୟପ୍ରଦେଶରେ ବୁଧବାର ପର୍ଯ୍ୟନ୍ତ ଏଠାରେ ୩୯୭ ଜଣ ପଜିଟିଭ ରୋଗୀ ଥିବାବେଳେ ଏବଂ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଇନ୍ଦୋରରେ କେବଳ ୨୧୩ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି ଯେଉଁଥିରୁ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ସେଠାରେ ୧୪ଜଣ ଅଛନ୍ତି ଯେଉଁମାନେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ମଧ୍ୟପ୍ରଦେଶର ଜିଲ୍ଲାରେ ବଢୁଥିବା କରୋନା ପଜିଟିଭ ମାମଲା ପରେ ବର୍ତ୍ତମାନ ପ୍ରଶାସନ କଠୋର ହୋଇଛି ଏବଂ ଅନେକ ସହରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏପର୍ଯ୍ୟନ୍ତ ଇନ୍ଦୋରରେ ୨୧୩, ମୁରୈନାରେ ୧୩, ଉଜୈନରେ ୧୫, ଜବଲପୁରରେ ୯, ଭୋପାଳରେ ୯୪, ଗ୍ବାଲିଅରରେ ୬, ଶିବପୁରୀରେ ୨, ଖାରଗୋନରେ ୧୨, ଛିନ୍ଦୱାଡାରେ ୨, ବଡଓ୍ବାନୀରେ ୧୨, ବିଦିଶାରେ ୨, ବୈତୁଲରେ ୧, ହୋଶଙ୍ଗାବାଦରେ ୬, ଶୋପୁର, ରାୟସେନ, ଖଣ୍ଡୱା ଏବଂ ଧାରରେ ଜଣେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

   Related Posts