ଚେକଅପ ବାହାନାରେ ଇଂଜିନିୟରିଂ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରି ଡାକ୍ତର ଗିରଫ

Published By : Prameya-News7 Bureau | April 13, 2019 IST

ନଏଡା ୧୩/୪ : ଇଂଜିନିୟରିଂ ଛାତ୍ରୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି | ଛାତ୍ରୀ ଜଣକ ଚେକଅପ ପାଇଁ ଡାକ୍ତରଙ୍କ କ୍ଲିନିକକୁ ଯାଇଥିଲେ | କ୍ଲିନିକରେ ଛାତ୍ରୀଙ୍କୁ ଅତି ଖରାପ ସ୍ଥିତି ସାମ୍ନା କରିବାକୁ ପଡିଥିଲା | ଡାକ୍ତର ଚେକଅପ ବାହାନାରେ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ |

{"id":103212}


ଘଟଣା ଦିଲ୍ଲୀ ଏନସିଆର ସ୍ଥିତ ନଏଡାରେ ଘଟିଛି ଏହିଭଳି ଘଟଣା | ନଏଡାରେ ହୋମେଓପାଥିକ କ୍ଲିନିକ ଚଳାଉଥିବା ଜଣେ ପ୍ରସିଦ୍ଧ ଡାକ୍ତର ଇଂଜିନିୟରିଂ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ଅଭିଯୋଗ ପରେ ଉକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି | ନଏଡା ସେକ୍ଟର ୨୦ର ପ୍ରଭାରୀ ନିରୀକ୍ଷକ ରାଜବିର ସିଂ ଚୌହାନଙ୍କ ସୂଚନା ଅନୁଯାୟୀ, ୨୦ ବର୍ଷ ବୟସ୍କା ଇଂଜିନିୟରିଂ ଛାତ୍ରୀଙ୍କୁ ଅପସ୍ମାର ବାତ ରୋଗ ଅଛି | ସେଥିପାଇଁ ସେ ମଝିରେ ମଝିରେ ଚେକଅପ କରି ଔଷଧ ଖାଆନ୍ତି | ସେକ୍ଟର ୨୭ର ପାର୍ଶ୍ଵନାଥ ପ୍ଲାଜା ସ୍ଥିତ ଏକ କ୍ଲିନିକକୁ ଉପଚାର ପାଇଁ ଯାଇଥିଲେ |

{"id":103213}

ମାର୍ଚ୍ଚ ୧୭ ତାରିଖରେ ଛାତ୍ରୀ ଉପଚାର ପାଇଁ ଡାକ୍ତର ପାଖକୁ ଯାଇଥିଲେ | ଡାକ୍ତର ତାଙ୍କୁ ଏକାକୀ ଚାମ୍ବର ଭିତରକୁ ଡାକି ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ | ଚିକିତ୍ସା ବାହାନାରେ ଡାକ୍ତର ଛାତ୍ରୀଙ୍କ ଶରୀରକୁ ଖରାପ ଉଦ୍ଦେଶ୍ୟ ନେଇ ଛୁଇଁଥିଲେ | ଡାକ୍ତରଙ୍କ ଏହିଭଳି ବ୍ୟବହାର ପରେ ଛାତ୍ରୀ ସେଠାରୁ ଉଠି ପଳାଇ ଆସିଥିଲେ | ଘରକୁ ଆସି ସେ ନିଜ ପରିବାରଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ | ପୀଡିତା ନିଜ ବାପା ମା'ଙ୍କ ସହ ଥାନାକୁ ଯାଇ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିବା ସହ ମାମଲା ରୁଜ୍ଜୁ କରିଥିଲେ | ପୀଡିତାଙ୍କ ବୟାନ ଆଧାରରେ ପୋଲିସ ଉକ୍ତ ହୋମିଓପାଥିକ ଡାକ୍ତରଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି | ତେବେ ଡାକ୍ତର କୌଣସି ଅଶ୍ଳୀଳ ବ୍ୟବହାର କରିନାହାନ୍ତି ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.