Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମୃତ୍ୟୁର ଠିକ ପୂର୍ବରୁ ଫଟୋ ଅପଲୋଡ କରି ପାହାଡଗୁଡିକର ସୁନ୍ଦରତା ବଖାଣିଥିଲେ ଡାକ୍ତର ଦୀପା ଶର୍ମା, ୨୫ ମିନିଟ୍ ପରେ ଭୂସ୍ଖଳନରେ ଚାଲିଗଲା ଜୀବନ

26/07/2021 at 4:19 PM

ନୂଆଦିଲ୍ଲୀ ୨୬/୦୭ :  ହିମାଚଳ ପ୍ରଦେଶର କିନ୍ନୋରରେ ରବିବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ପାହାଡିଆ ଅଞ୍ଚଳକୁ ଆସିଥିବା କିଛି ପର୍ଯ୍ୟଟକଙ୍କ ଭୂସ୍ଖଳନରେ ମୃତ୍ୟୁ ଘଟିଛି । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ ।  ସେମାନଙ୍କ ମଧ୍ୟରୁ ଆୟୁର୍ବେଦିକ ଡ଼ାକ୍ତର ଦୀପା ଶର୍ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୩୪ ବର୍ଷୀୟା ଦୀପା ଶର୍ମାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବେଶ ଆନ୍ଦୋଳିତ କରିଛି । ପରିବାର ତଥା ବନ୍ଧୁବାନ୍ଧବ ଏହାକୁ ବିଶ୍ବାସ କରିପାରୁନାହାନ୍ତି । ଏହା ଛଡା ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ଲୋକପ୍ରିୟ ଥିଲେ ।


ଆୟୁର୍ବେଦିକ ଡାକ୍ତର ଦୀପା ଶର୍ମା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ । ସେ ପ୍ରଥମ ଥର ପାଇଁ ଏକାକୀ ସୋଲୋ ଟ୍ରିପ୍ ରେ ଯାଇଥିଲେ ।  ଲଗାତାର ଭାବେ ସୋସିଆଲ ମିଡିଆରେ ନିଜର ଯାତ୍ରାକୁ ନେଇ ଫଟୋ ସହ ଜଡିତ ବିଭିନ୍ନ ଅପଡେଟ୍ ଦେଉଥିଲେ । କିନ୍ତୁ ରବିବାର ଦିନ କିନ୍ନୋରରେ ଯେତେବେଳେ ଭୂସ୍ଖଳନ ଆସିଲା ତାର କିଛି ସମୟ ପୂର୍ବରୁ ଦୀପା ଶର୍ମା ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ କି, ‘ସେ ଏବେ ଭାରତର ଶେଷ ସ୍ଥାନରେ ଛିଡା ହୋଇଛନ୍ତି, ଏହାର ୮୦ କିଲୋମିଟର ଆଗକୁ ତିବ୍ବତ ଅବସ୍ଥିତ, କିନ୍ତୁ ଏହା ଉପରେ ଚୀନ କବଜା କରିକି ରଖିଛି’ ।  ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସମସ୍ତେ ଏହାକୁ ଖୁବ୍ ପସନ୍ଦ କରିଥିଲେ ଏହା ସହ ଲାଇକ୍ କମେଣ୍ଟ ମଧ୍ୟ ଆସିଥିଲା । ତାଙ୍କର ଏହି ଟ୍ରିପ୍ କୁ ନେଇ ଖୁବ୍ ଉତ୍ସାହିତ ଥିବାର ଝଲକ ଦେଖାଯାଉଥିଲା । କିନ୍ତୁ କିଏ ଜାଣିଥିଲା ଏହା ତାଙ୍କର ଶେଷ ଯାତ୍ରା ହେବ ।

କୁହାଯାଉଛି ଯେ ଛିତ୍ରକୁଲରୁ ସାଙ୍ଗଲ ରୋଡ୍ ଆଡକୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡି ଉପରେ ହଠାତ୍ ପାହାଡ ଉପରୁ ପଥର ଖସିବାରୁ ଏହି ଦୁର୍ଘଟଣା ଘଟିଛି । ଏହା ସହ ତଳେ ଥିବା ବ୍ରିଜ ଭାଙ୍ଗିବା ସହ ସେଠାରେ ଥିବା ଗାଡି ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଥିଲା । ଏହା ସହ ସେହି ରାସ୍ତା ଦେଇ ଆସୁଥିବା କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଏହା ସହ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହା ବ୍ୟତୀତ ମୃତକଙ୍କ ପରିବାରରକୁ କ୍ଷତିପୂରଣ ବାବଦରେ ମଧ୍ୟ ଘୋଷଣା କରାଯାଇଛି ।

   Related Posts