Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କରୋନାକୁ ପ୍ରଥମେ ଦେଖିଥିଲେ, କିନ୍ତୁ ନିଜେ ହୋଇଗଲେ ଶୀକାର

7/02/2020 at 1:55 PM

ବେଜିଂ :  କରୋନା ଭୂତାଣୁ ସଂପର୍କରେ ଚୀନ ସରକାର  ଓ ସାରାବିଶ୍ବକୁ ସତର୍କ କରାଇଥିବା ଡାକ୍ତର ମୃତ୍ୟୁ ସହ ସଂଗ୍ରାମ କରି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗୁରୁବାର ଦିନ ଡାକ୍ତର ୱେନଲିୟାଙ୍ଗ ମୃତ୍ୟୁ ହୋଇଛି । ୩୪ ବର୍ଷ ବୟସ୍କ ଲି’ ଚୀନର ଉହାନରେ ପ୍ରଦେଶରେ କାର୍ଯ୍ୟ କରୁଥିଲେ । ଯାହାକୁ ଏହି ରୋଗର କେନ୍ଦ୍ର ସ୍ଥଳ କୁହାଯାଉଛି । ସେ ନିଜେ ମଧ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଓ ତାଙ୍କର ଚିକିତ୍ସା ଜାରି ରହିଥିଲା । ଗତ ୧୨ ତାରିଖରୁ ସେ ରୋଗର ଶୀକାର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଡାକ୍ତର ଲି’ ୨୦୧୯  ଡିସେମ୍ବର ୩୦ରୁ କରୋନା ଭୂତାଣୁ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ ୱେବ ଚାଟ କରିଥିଲେ। ସେ ଲେଖିଥିଲେ ଯେ, ସ୍ଥାନୀୟ ମାଛ ବଜାରର ୭ ଜଣ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ସେମାନଙ୍କଠାରେ ସାର୍ସ ଭଳି ରୋଗର ଲକ୍ଷଣ ରହିଛି । ଯାଞ୍ଚ ପରେ ଏହା କରୋନା ଭୂତାଣୁ ଜନିତ ରୋଗ ବୋଲି ଜଣାପଡିଛି । ୨୦୦୩ରେ ଏହି ଭୂତାଣୁ ଶହ ଶହ ଲୋକଙ୍କ ଜୀବନ ନେଇଥିଲା ଏବଂ ଚୀନରେ ଏହି ରୋଗ ବହୁ ପୁରୁଣା ବୋଲି ଲି’ କହିଥିଲେ । ନିଜ ବିଶ୍ବ ବିଦ୍ୟାଳୟର ସାଙ୍ଗମାନଙ୍କୁ ମଧ୍ୟ ସେ ଏ ସଂପର୍କରେ ସତର୍କ କରାଇ ଦେଇଥିଲେ।

ତେବେ ନିଜ ପରିବାର ସଦସ୍ୟଙ୍କୁ ଗୋପନୀୟ ଭାବେ ଏହି ରୋଗ ସଂପର୍କରେ ଜଣାଇଦେବା ପାଇଁ ସେ ସାଙ୍ଗମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ସେ ଏହିସବୁ କଥା ଓ ଘର ଲୋକଙ୍କୁ ମେସେଜ କରୁଥିବାବେଳେ କେହି ତାଙ୍କର ସ୍କ୍ରିନ ସଟ୍ ଉଠାଇଥିଲା ଓ ଏହା ଭାଇରାଲ ହୋଇଥିଲା । ପରେ ମିଥ୍ୟା ଅପପ୍ରଚାର ଚଳାଉଥିବା ନେଇ ପ୍ରଶାସନ ତାଙ୍କୁ ନୋଟିସ ଜାରି କରିଥିଲା। ସେ ନିଜ ଘର ଲୋକଙ୍କୁ ପଠାଇଥିବା ମେସେଜକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପରେ ତାଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା । ସେ କିପରି ଏ ବିଷୟରେ ଜାଣିଲେ ବୋଲି ତାଙ୍କୁ ଜେରା କରାଯାଇଥିଲା। ତେବେ ତାଙ୍କ ସ୍ବର ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା ଓ ଆକ୍ରନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ କୁହାଯାଇଥିଲା।

   Related Posts