ନର୍ସଙ୍କ ସହ ଠୁମକା ଲଗାଇଲେ ଡାକ୍ତର ବାବୁ , ଭାଇରାଲ ହେଉଛି ଭିଡିଓ
21/12/2019 at 7:34 PM

ରାଜଗଡ : ମଧ୍ୟପ୍ରଦେଶ ରାଜଗଡ ସରକାରୀ ହସ୍ପିଟାଲର ଡାକ୍ତର ଆର.ଏସ୍. ପରିହାର ଏବେ ଚର୍ଚ୍ଚାରେ । ତେବେ ଏହି ସିଭିଲ ସର୍ଜନ କୌଣସି ନୂଆ ରୋଗର ଚିକିତ୍ସା କି ବିରଳ ଅସ୍ତ୍ରୋପଚାର ନୁହେଁ ନର୍ସିଂ ଛାତ୍ରୀମାନଙ୍କ ଏକ କାର୍ଯ୍ୟକ୍ରମରେ ମଉଜ ମସ୍ତି କରୁଥିବାର ଦେଖାଯାଇଛନ୍ତି। କାର୍ଯ୍ୟକ୍ରମର ଭିଡିଓ ସୋସାଲ ମିଡିଆରେ କେହି ଅପଲୋଡ କରିଦେଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ ରାଜଗଡ ଜିଲ୍ଲା ହସ୍ପିଟାଲକୁ ପ୍ରଶିକ୍ଷଣ ପ୍ରାପ୍ତ ପ୍ରାୟ ୨୫ ଜଣ ନର୍ସିଂ ଛାତ୍ରୀ ଟ୍ରେନିଂ ଲାଗି ଆସିଥିଲେ। ସେମାନଙ୍କର ଟ୍ରେନିଂ ଶେଷ ଦିନ ଫାରୱେଲ ପାର୍ଟି ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ହସ୍ପିଟାଲର ଅନ୍ୟ ଡାକ୍ତରଙ୍କ ସମେତ ମୁଖ୍ୟ ଡାକ୍ତର ମଧ୍ୟ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ଥିଲେ। ତେବେ ସେଠାରେ ନୃତ୍ୟ ଗୀତର କାର୍ଯ୍ୟକ୍ରମରେ ଡାକ୍ତରବାବୁ ବେଶ୍ ମସଗୁଲ ହୋଇଯାଇଥିଲେ।
କାର୍ଯ୍ୟକ୍ରମର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକେ ନାନା ମନ୍ତବ୍ୟ ଦେଉଛନ୍ତି। ଯାହା ଏବେ ଡାକ୍ତର ବାବୁଙ୍କ ହୋସ ଉଡାଇ ଦେଇଛି। ହୁଏତ କର୍ତ୍ତୃପକ୍ଷଙ୍କ ନଜରକୁ ଭିଡିଓ ଆସି ନାହିଁ। ଯଦି ଆସିଯାଏ କଣ ହେବ ସେ ନେଇ ଡା. ପରିହାର ଏବେ ଚିନ୍ତାରେ ପଡିଯାଇଛନ୍ତି। ଡାକ୍ତରଙ୍କ ଭିଡିଓ ଦେଖିଲେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ହାଲ ବେଶ୍ ଠଉରେଇ ହେଉଛି। ତେବେ ଭିଡିଓ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡିବାପରେ କଣ ହେଉଛି ତା ଉପରେ ଏବେ ସମସ୍ତଙ୍କ ନଜର।