ଡାକ୍ତରଙ୍କ ମାନବିକତା : କରୋନା ମୄତକଙ୍କ ଶବ ସତ୍କାର ପାଇଁ ଆସିଲେନି ସମ୍ପର୍କୀୟ, ଝିଅଙ୍କ ସହ ମିଶି ଡାକ୍ତର କଲେ ଶବ ଦାହ

Published By : Prameya-News7 Bureau | May 18, 2021 IST

ପଦ୍ମପୁର ୧୮।୫: କରୋନା ସଂକ୍ରମଣ ଭୟରେ ନିଜ ସମ୍ପର୍କୀୟମାନଙ୍କ ଶବ ପଡି ରହିଥିଲେ ମଧ୍ୟ ଲୋକ ଶବ ସତ୍କାର ପାଇଁ ଆସୁନାହାନ୍ତି । ଏପରି ସମୟରେ ସମାଜକୁ ଏକ ବାର୍ତ୍ତା ଦେବା ଭଲି କୋଭିଡ଼ ଆକ୍ରାନ୍ତଙ୍କ ଶବ ସତ୍କାର କରିଛନ୍ତି ଡାକ୍ତର ସୁଦୀପ୍ତ ସାହୁ ।

{"id":454020,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଦୀର୍ଘ ୫ ଦିନ ହେବ କୋଭିଡ୍ ଆକ୍ରାନ୍ତ ହୋଇ ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ଭଗବାନଙ୍କ ଦେହାନ୍ତ ହୋଇଥିଲା । କରୋନା ଭୂତାଣୁ ଭୟରେ ଶବ ସତ୍କାର ପାଇଁ ତାଙ୍କ ସମ୍ପର୍କୀୟ ତଥା ସାହି ପଡିଶାରୁ କେହି ଆସିନଥିଲେ । ଏ ବିଷୟରେ ପରିବାର ଲୋକେ ବୁକୁରାମୁଣ୍ଡା ସିଏଚସିକୁ ଜଣାଇଥିଲେ । ବୁକୁରାମୁଣ୍ଡା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ ଏବଂ ତାଙ୍କ ସହକର୍ମୀ ସେଠାରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ମଧ୍ୟ ଶବ ସତ୍କାର ପାଇଁ କେହି ନ ଆସିବାରୁ ଡାକ୍ତର ନିଜେ ପିପିଇ କିଟ୍ ପିନ୍ଧି ମୄତ ଭଗବାନ ମରେଇଙ୍କ  ଝିଅଙ୍କ ସହ ମିଶି ଶବ ସତ୍କାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.