Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଡାକ୍ତର ଦମ୍ପତ୍ତିଙ୍କ ଆତ୍ମହତ୍ୟା : ଡକ୍ଟର୍ସ ଡେ’ ​ରେ ଝୁଲିପଡିଲେ ସ୍ବାମୀ, ଗତକାଲି ପତ୍ନୀ କରିଥିଲେ ସୁଇସାଇଡ୍‌

1/07/2021 at 5:50 PM

ପୁଣେ ୦୧/୦୭ : ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଏହି ମହାମାରୀ ସମୟରେ ବିଶ୍ବର କୋଣ ଅନୁକୋଣରେ ଡାକ୍ତରମାନଙ୍କ ସେବାକୁ ଭୂରି ଭୂରି ପ୍ରଶଂସା କରାଯାଉଛି । କିନ୍ତୁ ଡକ୍ଟରର୍ସ ଡେ’ ରେ ମହାରାଷ୍ଟ୍ରର ପୁଣେରେ ଡାକ୍ତର ଦମ୍ପତ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବନବାଣୀ ଥାନା ଆଜାଦ ନଗର ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ହେବାପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଡାକ୍ତର ଅଙ୍କିତା ନିଖିଲ ସେଣ୍ଡକର (୨୬ବର୍ଷ) ଏବଂ ଡାକ୍ତର ନିଖିଲ ଅଙ୍କିତା ସେଣ୍ଡକର (୨୮ବର୍ଷ) । ପ୍ରଥମେ ପତ୍ନୀ ଆତ୍ମହତ୍ୟା କରିଥିବା ବେଳେ ତାପରେ ପତି ନିଖିଲ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ନିଖିଲ ଏବଂ ଅଙ୍କିତା ଉଭୟ ଡାକ୍ତରୀ ଅଭ୍ୟାସ କରୁଥିଲେ । କିନ୍ତୁ ଉଭୟ ଅଲଗା ଅଲଗା ସ୍ଥାନରେ କାମ କରୁଥିଲେ । ଆଜାଦ ନଗରର ଲେନ୍‌-୨ରେ ଅଙ୍କିତାଙ୍କ କ୍ଲିନିକ୍‌ ଥିବା ବେଳେ ନିଖିଲ ଅନ୍ୟ ଏକ ସ୍ଥାନରେ ଡାକ୍ତରୀ ଅଭ୍ୟାସ କରୁଥିଲେ । ଗତରାତି​‌ରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଫୋନରେ ଝଗଡା ହୋଇଥିଲା । ତେବେ ସେହିଦିନ ରାତି ପ୍ରାୟ ୮ଟା ବେଳେ ଯେତେବେଳେ ନିଖିଲ ଘରକୁ ଫେରିଥିଲେ ଦେଖିବାକୁ ପାଇଥିଲେ ଯେ, ଅଙ୍କିତା ନିଜ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେଠାରୁ ତାଙ୍କୁ ତୁରନ୍ତ ହସ୍ବିଟାଲ ନିଆଯାଇଥିଲେ ସୁଦ୍ଧାଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ନିଖିଲ ଗୁରୁବାର ସକାଳେ ସେହି ଘରେ ହିଁ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ନିଖିଲଙ୍କ ଆତ୍ମହତ୍ୟା ଖବର ଶୁଣି ବାନଓ୍ବାଣୀ ବୋଲି ପୁଣି ସେଠା​‌ରେ ପହଞ୍ଚିଥିଲା । ସେଠାରୁ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ । ପୋଲିସ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡିନାହିଁ । ଉଭୟ ମାନସିକ ଭାବେ ଭାଙ୍ଗିପଡିବା ସହିତ ଏଭଳି ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁରେ ସମଗ୍ର ପୁଣେ ସ୍ତବ୍ଧ ହୋଇଯାଇଛି । ଉଭୟଙ୍କ ବିବାହ ମାତ୍ର କିଛି ଦିନ ପୂର୍ବରୁ ହିଁ ହୋଇଥିଲା ।  

   Related Posts