ଦିବ୍ୟାଙ୍ଗଙ୍କୁ ଚତୁର୍ଥୀ ଭୋଜି ଦେଲେ ଡାକ୍ତର ଦମ୍ପତି, କହିଲେ,'ଏହା ହିଁ ପ୍ରକୃତ ଆନନ୍ଦ'

Published By : Prameya-News7 Bureau | December 24, 2020 IST

ଭଦ୍ରକ୨୪/୧୨: ପେଶାରେ ଡାକ୍ତର କିନ୍ତୁ ନିଶା ଦିବ୍ୟାଙ୍ଗଙ୍କ ସେବା। ସ୍ବାମୀ-ସ୍ତ୍ରୀ ଜଣ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ। ଏକାଠି ପାଠ ପଢୁଥିଲେ । ଏବେ ଭାରତ ସରକାରଙ୍କ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଜଣେ ବେଙ୍ଗାଲୁରୁରେ ଆଉ ଜଣେ ଚେନ୍ନାଇରେ ଡାକ୍ତର ଅଛନ୍ତି। ଏମାନେ ବିବାହ ପରେ ଚତୁର୍ଥୀ ଭୋଜିର ଆୟୋଜନ କରି ନଥିଲେ। ଗୋଟିଏ ଦିନ ଦିବ୍ୟାଙ୍ଗଙ୍କ ସହ ବିତାଇଥିଲେ। ଆଉ କହିଥିଲେ ଏହା ହିଁ ପ୍ରକୃତ ଆନନ୍ଦ।

ଡାକ୍ତର ପ୍ରକାଶ ସାହୁ ଓ ଡାକ୍ତର ସସ୍ମିତା ବେହେରା। ଏବେର ଠିକଣା ଭଦ୍ରକ ଜିଲ୍ଲା ଚରମ୍ପା, ବରାଳପୋଖରୀ । ଦୁହେଁ କଟକ ଓଲଟପୁରରୁ ପାରାମେଡିକାଲରେ ଡାକ୍ତରୀ ପାସ କରିଛନ୍ତି। ପ୍ରତ୍ୟେକ ଦିନ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରନ୍ତି। କୃତିମ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରତ୍ୟାରୋପଣ କରନ୍ତି।କାର୍ଯ୍ୟ ବେଳେ ଦିବ୍ୟାଙ୍ଗଙ୍କ ହସ ଆଉ ଆଲିଙ୍ଗନକୁ ଭୁଲି ପାରନ୍ତି ନାହିଁ। ସେଥିପାଇଁ ଦିବ୍ୟାଙ୍ଗ ସହ ସମୟ ବିତାଇବା ପାଇଁ ବହୁ ଆଶା କରିଥିଲେ। ଏବେ ବିବାହ ମଧ୍ୟ ସମାନ କାମ କରୁଥିବାରୁ ସମାନ ଭାବନା ନେଇ ଦିବ୍ୟାଙ୍ଗଙ୍କ ସହ ସମୟ ବିତାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.