ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ୍

Published By : Prameya-News7 Bureau | July 10, 2020 IST

ବାଲିପାଟଣା୧୦/୭: ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଛି । ବିଶେଷକରି ସ୍ୱାସ୍ଥ୍ୟ କର୍ମୀମାନେ କରୋନା ସଂକ୍ରମିତ ହେବା ଏବେ ଚିନ୍ତା ବଢାଇଛି । ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ସଂକ୍ରମିତ ହେବାର ଘଟଣା ନଜରକୁ ଆସୁଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କିଛିଦିନ ପୂର୍ବେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଆସିଥିଲେ । ଜ୍ଵର, ଥଣ୍ଡା, କାଶରେ ସେ ପୀଡ଼ିତ ଥିଲେ । ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଥିଲା । ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲି । ଏହି ମହିଳାଙ୍କ ଠାରୁ ଡାକ୍ତର ସଂକ୍ରମିତ ହୋଇଛନ୍ତି କିମ୍ବା ଅନ୍ୟ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ଡାକ୍ତରଖାନାର ଅନ୍ୟ କର୍ମଚାରୀ ମାନଙ୍କର ସ୍ଵାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ନିହାତି ଆବଶ୍ୟକ ନ ହେଲେ ଡାକ୍ତରଖାନା ନ ଆସିବାକୁ ମେଡ଼ିକାଲ୍‌ ଅଫିସର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.