Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ମୁଁ ଏ ଦୁନିଆରେ ନାହିଁ କହିଦେବ ମୋ ସ୍ତ୍ରୀକୁ… ମୋ ମୁହଁ ନଚାହୁଁ ବଂର ମୋ ମଲା ଖବର ଶୁଣିଥାଉ..ସୁସାଇଡ଼ ନୋଟ ଲେଖି ଆତ୍ମହତ୍ୟା କଲେ ଡ଼ାକ୍ତର

9/02/2019 at 6:37 PM

ପୀରବଜାର ୯/୨- ଜଣେ ଡ଼ାକ୍ତର ମାନସିକ ନିୟନ୍ତ୍ରଣ ହରାଇ କରିଛନ୍ତି ଆତ୍ମହତ୍ୟା । ସୁସାଇଡ଼ ନୋଟରେ ଅତି ଦର୍ଦଭରା କଥା ଲେଖି ଡ଼ାକ୍ତର କରିଛନ୍ତି ଆତ୍ମହତ୍ୟା ।

ଘଟଣା ଘଟିଛି ପୀରବଜାର କୁଲହାଡ଼ିଆ କଂପ୍ଲେସରେ । ଜଣେ ଦାନ୍ତ ଡ଼ାକ୍ତର ନେଇଛନ୍ତି ଏହି ପଦକ୍ଷେପ । ସକାଳେ ନିଜର କେୟାରଟେକରକୁ ବଜାରରୁ କ୍ଷୀର ଆଣିବାକୁ କହିଥିଲେ । କେୟାରଟେକର କ୍ଷୀର ଆଣିବାକୁ ଗଲାପରେ ଡ଼ାକ୍ତର ଫ୍ୟାନରେ ଫାଶୀ ଦେଇ କରିଥିଲେ ଆତ୍ମହତ୍ୟା ।

ଡ଼ାକ୍ତର ସାଜିଦ ଖାନ ସେହି କଂପ୍ଲେସରେ ଉପରେ ରହୁଥିବା ବେଳେ ତଳେ କରିଥିଲେ କ୍ଲିନିକ । ନିଜସ୍ତ୍ରୀ ୟାସିନ କିଛିଦିନ ହେବ ତାଙ୍କୁ ଛାଡ଼ି ବାପଘରକୁ ଚାଲିଯାଇଥିଲା । ସେମାନଙ୍କ ଭିତରେ ପାରିବାରିକ ବିଶୃଙ୍ଖଳା ଥିବା କଥା ସ୍ଥାନୀୟଲୋକ ପୋଲିସକୁ କହିଛନ୍ତି । ଡ଼ାକ୍ତରଙ୍କ ବୟସ ୫୦ ବର୍ଷ ଥିବାବେଳେ ତାଙ୍କ ସ୍ତ୍ରୀଙ୍କର ବୟସ ଥିଲା ମାତ୍ର ୨୫ ବର୍ଷ । ଡ଼ାକ୍ତର ବିବାହ ହୋଇଥିଲା ମାତ୍ର ୩ବର୍ଷ ତଳେ । ଡ଼ାକ୍ତରଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଥିଲା ।

ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ଅନେକ ଦିନ ହେବ ତିକ୍ତତା ଲାଗି ରହୁଥିଲା । ଫଳରେ ନିଜର ଛୋଟ ପିଲାକୁ ନେଇ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରକୁ ଚାଲିଯାଇଥିଲା ।

ଡ଼ାକ୍ତର ମାନସିକଭାବେ ଭାଙ୍ଗି ପଡ଼ିଥିବା କଥା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଡ଼ାକ୍ତର ଅତି ଦର୍ଦଭରା କଥା ଲେଖି ସୁସାଇଡ଼ ନୋଟରେ ନିଜ ଉପରେ ନେଇଥିଲେ ପ୍ରତିଶୋଧ ।

ମୁଁ ଏ ଦୁନିଆରେ ନାହିଁ କହିଦେବ ମୋ ସ୍ତ୍ରୀକୁ… ମୋ ମୁହଁ  ନଚାହୁଁ ବଂର ମୋ ମଲା ଖବର ଶୁଣିଥାଉ..ଏଭଳି କଥା ଲେଖି ଡ଼ାକ୍ତର କରିଛନ୍ତି ଆତ୍ମହତ୍ୟା ।

ଏହି ଘଟଣାରେ ପୋଲିସ ଡ଼ାକ୍ତରଙ୍କ ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି । ପରିବାରଲୋକଙ୍କ ସହ ଯୋଗାଯୋଗ କରି ଶବକୁ ହସ୍ତାନ୍ତର କରିବ ବୋଲି କହିଛି ପୋଲିସ ।

   Related Posts