Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ ଡାକ୍ତରାଣୀ, ବକେୟା ଦରମା କରାଇଦେବାକୁ ସଫେଇ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ

14/09/2019 at 12:05 PM

ନୂଆପଡା ୧୪।୯: ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତରାଣୀ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଡାକ୍ତରାଣୀ । ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁକାନ୍ତି ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀ ମହେଶ ସହିସଙ୍କର ଅଟକି ରହିଥିବା ୭ ମାସର ଦରମା କରାଇଦେବା ପାଇଁ ଡାକ୍ତର ସୁକାନ୍ତି ପଣ୍ଡା ତାଙ୍କୁ ଲାଞ୍ଚ ମାଗିଥିଲେ । ଏ ବାବଦରେ ମହେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଫଳରେ ଆଜି ମହେଶ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ଡାକ୍ତରଙ୍କୁ ଗିରଫ କରିଛି । ଭବାନିପାଟଣା, ନୂଆପଡା ଓ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢଉ କରିଥିଲେ ।

   Related Posts