ରୋଗୀ ସେବା ଥାଉ ପଛରେ, ଡାକ୍ତର ଶୋଇଛନ୍ତି ନିଘୋଡ ନିଦରେ… ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 07, 2021 IST

ଢେଙ୍କାନାଳ ୭।୧୦: ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାର ସୁଧାର ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ମାତ୍ର ଏପଟେ କିଛି ଡାକ୍ତର କିନ୍ତୁ ବିନ୍ଦାସ । ଆଉ ରୋଗୀ ସେବା କଥା ପଚାରେ କିଏ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଡାକ୍ତରଖାନାରେ ଆଉଟଡୋର ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅବସ୍ଥା ଦେଖନ୍ତୁ...

wp:html /wp:html

ଡାକ୍ତର ଜଣଙ୍କ ନିଘୋଡ଼ ନିଦରେ ଶୋଇ ରହିଥିବାବେଳେ ରୋଗୀମାନେ ଚିକିତ୍ସା ପାଇଁ ଆସି ନିରାଶ ହେଉଛନ୍ତି । ଏପରିକି ଏହି ଡାକ୍ତରବାବୁଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀ ଉଠାଉଥିଲେ ମଧ୍ୟ ସେ ଉଠୁନଥିବା ଏବଂ ତାଙ୍କ ଅବସ୍ଥା ଦେଖି ଅନେକ ପ୍ରଶ୍ନ ଉଠୁଛି । ଡାକ୍ତର ଜଣଙ୍କ ହେଲେ ଡା. ଅବନୀ ସାହୁ । ସେ ଆୟୁଷ ହୋମିଓପାଥିକ ଡାକ୍ତର । ରାଷ୍ଟ୍ରୀୟ ବାଳ କାର୍ଯ୍ୟକ୍ରମ ଯୋଜନାରେ ନିଯୁକ୍ତି ପାଇଥିବା ଏହି ଆୟୁଷ ଡାକ୍ତର ଗଁନ୍ଦିଆ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍ ଡୋର୍ ଡ୍ୟୁଟି କରୁଥିବାର ଦୃଶ୍ୟ ।

ବର୍ତ୍ତମାନ ରାଜ୍ୟରେ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଅନ୍ୟ ଡାକ୍ତରୀ ସେବା ବର୍ଜନ କରିଛନ୍ତି । ତେଣୁ ଡାକ୍ତରଖାନାରେ ଏହି ଆରବିଏସକେ ଡାକ୍ତରମାନଙ୍କୁ ଜରୁରୀ ଆଉଟ୍ ଡୋର୍‌ରେ ରୋଗୀ ସେବା କରିବା ପାଇଁ ଦାଇତ୍ବ ଦିଆଯାଇଛି । ତେବେ ଡାକ୍ତର ବାବୁଙ୍କର ଡ୍ୟୁଟି କୁଆଡେ ସକାଳୁ ୧୨ଟା ପର୍ଯ୍ୟନ୍ତ । ହେଲେ ଅପରାହ୍ନ ୩ଟା ୩୦ମିନିଟ୍ ସମୟର ଦେଖିବାକୁ ମିଳିଛି ଏଭଳି ଅବସ୍ଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.