Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଡାକ୍ତରଙ୍କ ମହାନତା, ପାହାଡିଆ ରାସ୍ତାରେ ପ୍ରସୂତୀ ମହିଳାଙ୍କୁ ଭାରରେ ୧୦କି.ମି. ବୋହିଲେ

21/01/2020 at 9:33 AM

ମାଲକାନଗିରି ୨୧।୧: ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଲା ଡାକ୍ତରଙ୍କ ମହାନତା । ଦୀର୍ଘ  ୧୦ କିଲୋମିଟର ପାହାଡିଆ ରାସ୍ତାରେ ରୋଗୀଙ୍କୁ ଭାରରେ ବୋହିଲେ ଡାକ୍ତର ରାଧେଶ୍ୟାମ ଜେନା ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର କଢିଡୁଲାଗୁଣ୍ଟି ଗ୍ରାମକୁ ପଲ୍‌ସ ପୋଲିଓ ଟୀକା ଦାନ କରିବା ପାଇଁ ଡାକ୍ତର ରାଧେଶ୍ୟାମ ଜେନାଙ୍କ ସହ ଏକ ୫ ଜଣିଆ ମେଡିକାଲ ଟିମ୍ ଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବାର ଖବର ପାଇଥିଲେ ।

ଏହାପରେ ଡାକ୍ତର ଜଣଙ୍କ ସମୟ ନଷ୍ଟ ନକରି ଗ୍ରାମରେ ହିଁ ମହିଳା ଜଣଙ୍କର ପ୍ରସବ କରାଇଥିଲେ । ହେଲେ ଶିଶୁଟିକୁ ଜନ୍ମ ଦେବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିବାରୁ ଡାକ୍ତରଙ୍କ ସହ ତାଙ୍କର ପାଞ୍ଚ ଜଣିଆ ଡାକ୍ତରୀ ଦଳ ପ୍ରାୟ ୧୦ କିଲୋମିଟର ଦୁର୍ଗମ ରାସ୍ତା  ପାହାଡ, ଜଙ୍ଗଲ ଦେଇ  କାନ୍ଧରେ ବୋହି କାଲିମେଳା ମେଡିକାଲକୁ ଆଣିଥିଲେ ଚିକିତ୍ସା ପରେ ମା’ ଓ ପିଲା ସୁସ୍ଥ ଥିବା ଜଣା ପଡ଼ିଛି ।

   Related Posts